ଶ୍ରୀରାମ ମନ୍ଦିର ନିର୍ମାଣାଥେ ଦାନ ସଂଗ୍ରହ ଲାଗି ନଗର ପରିକ୍ରମା

ମୋହନା,(ଅଂଶୁମାନ ପଣ୍ଡା): ଅଯୋଧ୍ୟାରେ ଥିବା ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣାର୍ଥେ ଆଜି ମୋହନା, ଆର. ଉଦୟଗିରି , ନୂଆଁଗଡ଼ ଓ ରାୟଗଡ଼ ବ୍ଲକର ସମସ୍ତ ଅଞ୍ଚଳମାନଙ୍କରେ ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ ସକାଶେ ଶ୍ରଦ୍ଧାଳୁମାନେ ହାତରେ ବାନା ଧରି ତାଳ ମୁଦ୍ରଙ୍ଗ ସହ ହରିନାମ ସଂକୀର୍ତ୍ତନ କରି ରାମ ମନ୍ଦିର ନିର୍ମାଣ ପାଇଁ ଦାନ ଭିକ୍ଷା ଜନସାଧାରଣଙ୍କ ଠାରୁ ମାଗିଥିଲେ |ଏହି କାର୍ଯ୍ୟକ୍ରମରେ ପ୍ରତେକ ପୁରାପଲ୍ଲୀରୁ ରାମ ଭକ୍ତ ମାନେ ଯୋଗଦେଇ ଶ୍ରୀ ରାମଙ୍କ ଗୁଣ ଗାନ କରିବା ସହ ଜୟ ଶ୍ରୀରାମ ନାରାରେ ପ୍ରଂକମ୍ପିତ ହେଉଥିଲା ଗଗନ ଓ ପବନ | ତେବେ ଏହି ଭବ୍ୟ ମନ୍ଦିର ଲାଗି ଦାନ ସଂଗ୍ରହ ସମୟ ସୀମା ଜାନୁଆରୀ ୧୫ତାରିଖ ଠାରୁ ଜାନୁଆରୀ ୩୧ତାରିଖ ଯାଏଁ ଏହି ଦାନ ସଂଗ୍ରହ ଲାଗି ଭିକ୍ୟା ବୃତି ଜାରିରହିବ ବୋଲି ଶ୍ରଦ୍ଧାଳୁ ମାନେ ମତପୋଷଣ କରିଛନ୍ତି |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ