ଶ୍ରୀରାମ ମନ୍ଦିର ନିର୍ମାଣାର୍ଥେ ନିଧି ସଂଗ୍ରହ ଅଭିଯାନ

ନାଉଗାଁ,(ଓ୍ବାଇଏନ୍ଏସ୍): ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଶ୍ରୀରାମ ମନ୍ଦିର ନିର୍ମାଣାର୍ଥେ ନିଧି ସଂଗ୍ରହ ଅଭିଯାନ ନାଉଗାଁ ବ୍ଳକ ତିରୁଣା ପଂଚାୟତରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ତିରୁଣାସ୍ଥିତ ସୁବର୍ଣ୍ଣେଶ୍ୱର ମହାଦେବ ମନ୍ଦିର ପରିସରରୁ ବାବା ସୁର ଦାସ ଶୁଭାରମ୍ଭ କରିଥିଲେ । ନାମ ସଂକୀର୍ତନ କରାଯିବା ସହ ରାମ ଭକ୍ତମାନେ ଜୟ ରାମ ଧ୍ୱନୀରେ ସଂକୀର୍ତନ କରି ଗ୍ରାମ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ପଣ୍ଡିତ ନାରାୟଣ ହୋତା, ପଦ୍ମଚରଣ ସାସମଲ, ମୁରଲୀ ସାସମଲ, ମିନକେତନ ତ୍ରିପାଠୀ,ଅଂଜନା ବିଶ୍ୱାଳ, ପ୍ରତାପ ବିଶ୍ୱାଳ, ପରମେଶ୍ୱର ପରିଡା, ନିଗମାନନ୍ଦ ପରିଡା, ଉମେଶ ପରିଡା, କୃଷ୍ଣଚନ୍ଦ୍ର ସାମଲ,ଟୁଲୁ ପରିଡା, ବବୁଲ ସ୍ୱାଇଁଙ୍କ ସହିତ ଗ୍ରାମର ଏକତା ସ୍ପୋଟିଂ କ୍ଲବ ଓ ଇନ୍ଦିରା ସ୍ମାରକୀ ଯୁବକ ସଂଘର ସଦସ୍ୟମାନେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ