୯୬ ବୋତଲ ଚୋରା ମଦ ସହିତ ବାଇକ ଜବତ;ମଦ ବେପାରୀ ଗିରଫ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ଥାନା ଅନ୍ତର୍ଗତ ନୁଆଗାଁ ପଂଚାୟତସ୍ଥିତ ଗନେଇ ଗ୍ରାମର ଚୋରା ମଦ ବେପାରୀକୁ ନାଉଗାଁ ପୋଲିସ ଗିରଫ କରିଥିବା ବେଳେ ୯୬ ବୋତଲ ଚୋରା ମଦ ସହିତ ଏକ ହିରୋ ଗ୍ଲାମର ବାଇକକୁ ଜବତ କରିଥିବା ଜଣାଯାଇଛି । ଚୋରା ମଦ ବେପାରୀଙ୍କ ନାମ ପ୍ରଦିପ୍ତ ସାହୁ । ସୂଚନା ମୁତାବକ ପ୍ରଦିପ୍ତ ଏକ ବାଇକି ଯୋଗେ ଚୋରା ମଦ ଆଣି ନିଜ ଘରକୁ ଆସୁଥିବା ନାଉଗାଁ ଥାନା ଆଇଆଇସି ଭରତ କୁମାର ବେହେରା ବିଶେଷ ସୁତ୍ର ସୂଚନା ପାଇଁ ଏଏସଆଇ ଅଶୋକ କୁମାର ମହାନ୍ତି, ହାବିଲଦାର ପବିତ୍ରମୋହନ ପରିଜାଙ୍କ ସମେତ ସଦଳବଳେ ପ୍ରଦିପ୍ତଙ୍କ ଘର ଉପରେ ଚଢାଉ କରିଥିଲେ । ଏହି ଚଢାଉରେ ହିରୋ ଗ୍ଲାମର ବାଇକି ସହିତ ୯୬ ବୋତଲ (୨୧ ଲିଟର ୯୬୦ ମିଲିଲିଟର) ଚୋରା ମଦ ଜବତ କରିବା ସହିତ ପ୍ରଦିପ୍ତକୁ ଗିରଫ କରିଥିଲା । ଥାନା ପକ୍ଷରୁ ୬/୨୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଆଇଆଇସି ଭରତ କୁମାର ବେହେରା ପ୍ରକାଶ କରିଛନ୍ତି ।


