ରୁବି ବେହେରା ପୋଲସରାର ନୂତନ ତହସିଲଦାର

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ନୂତନ ତହସିଲଦାର ଭାବେ ରୁବି ବେହେରା ଅକ୍ଟୋବର ୨୭ ତାରିଖ ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୋଲସରା ର ପୂର୍ବତନ ତହସିଲଦାର ଭାସ୍କର ବେହେରାଙ୍କ ବଦଳି ପରେ ଏହି ପଦବୀ ଖାଲି ପଡିଥିଲା। ପୋଲସରାର ତହସିଲଦାର ଦାୟିତ୍ବ ଗ୍ରହଣ ପୂର୍ବରୁ ରୁବି ବେହେରା ଦେବଗଡର ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ନୂତନ ତହସିଲଦାର ରୁବି ବେହେରାଙ୍କୁ ପୋଲସରା ତହସିଲ କର୍ମଚାରୀ ବୃନ୍ଦଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବୃନ୍ଦ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ