ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ରାଜନୀତି ବିଜ୍ଞାନ ବିଭାଗ ରେ ପାଠ ଚକ୍ର ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଡ଼. ବୈଦନାଥ ଦାସଙ୍କ ନିର୍ଦ୍ଦେଶନାରେ ରାଜନୀତି ବିଜ୍ଞାନ ବିଭାଗର ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ପାଠଚକ୍ରର ବିଷୟ ବିଦାରକ ରହିଛି “ଆମ୍ବେଦକର ଏବଂ ଗାନ୍ଧୀଜୀ” । ଏହି ପାଠଚକ୍ରରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ଯୋଗ ଦେଇଥିଲେ । ପାଠଚକ୍ର କୁ ଆଗେଇ ନେଇ ଛାତ୍ର ଛାତ୍ରୀ ମାନଙ୍କୁ ଅତି ସୁନ୍ଦର ଭାବରେ ଆମ୍ବେଦକର ଓ ଗାନ୍ଧୀ ଙ୍କ ଭାବନା ମଧ୍ୟରେ ଥିବା ପାର୍ଥକ୍ୟ ସହ ଦୁଇ ମହାପୁରୁଷ ଙ୍କ ଚିନ୍ତାଧାରା ବିଷୟରେ ପିଲାଙ୍କୁ ବୁଝାଇଲେ । ଏହି ପାଠଚକ୍ର ରେ ବିଷୟ ବସ୍ତୁ ପିଲାଙ୍କ ପାଠ ଖସଡ଼ା ରେ ରହିଥିବା ହେତୁ ପିଲାଙ୍କ ସହାୟକ ହେବ ତେଣୁ ବହୁ ସଂଖ୍ୟା ରେ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ , ପାଠଚକ୍ର ରେ ବିଭିନ୍ନ ପ୍ରଶ୍ନ ର ଉତ୍ତର କରି ଆଲୋଚନା କରିଥିଲେ । ଏହି ପାଠଚକ୍ର ରେ ବିଭାଗର ମୁଖ୍ୟ ଯୋଗ ଦେବା ସହ ରାଜନୀତି ବିଜ୍ଞାନ ଅତିଥି ଅଧ୍ୟାପିକା ମମତା ବାରିକ ଓ ରାଜନୀତି ବିଜ୍ଞାନର ଅଧ୍ୟାପକ ତ୍ରୀପତି ମୁର୍ମୁ ଯୋଗ ଦେଇଥିଲେ । ପିଲାଙ୍କୁ ପାଠଚକ୍ର ରେ ବୁଝାଇଥିବା ବେଳେ + 3 ତୃତୀୟ ବର୍ଷ ର ଛାତ୍ର ଧିରୋଜ ପାଇକ ପେପର ପ୍ରେଜେନଟେସନ୍ କରିଥିଲେ ।


