ଶ୍ରୀ ନୃସିଂହ ସମିତିର ଚାଷୀ ବୈଠକ ଅନୁଷ୍ଠିତ

ନିମାପଡା, (ସନ୍ତୋଷ ଦାଶ):କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ମାନଙ୍କ ସୁବିଧା ପାଇଁ ସମବାୟ ସମିତି ମାଧ୍ୟମରେ ବିହନ ,ସାର , ପାଣିପାଗ ଜନିତ ସୂଚନା ଜାଣିବା ପାଇଁ ମୋବାଇଲ, ଚାଷୀଙ୍କ ଧାନ ବିକ୍ରି କରିବା ପାଇଁ ସୁ ବ୍ୟବସ୍ଥା ଯୋଗାଇ ଦେଉଛନ୍ତି । ତେବେ ପୁରୀ ଜିଲ୍ଲା ନିମାପଡା ବ୍ଲକ ବାହାରଣା ପଞ୍ଚାୟତ ରେ ଥିବା ଶ୍ରୀ ନୃସିଂହ ସେବା ସମବାୟ ସମିତି ର ଚାଷୀ ଏହି ସବୁ ଯୋଜନାରୁ ବଞ୍ଚିତ ହେଉଛନ୍ତି ବୋଲି ଚାଷୀ ଐସାନେଶ୍ଵର କୃଷକ ସଂଘ ସଭାପତି ପ୍ରମୋଦ କୁମାର ସ୍ୱାଇଁ ,ସଂଘ ସମ୍ପାଦକ ପବିତ୍ର ପ୍ରଧାନ ,ସମିତିର ସଭ୍ୟ ହୃଦାନନ୍ଦ ତ୍ରିପାଠୀ , ହୃଦାନନ୍ଦ ନାୟକ , ବିକାଶ ସିଠ , ପ୍ରଶାନ୍ତ କୁମାର ସାହୁ , ପ୍ରଦୀପ୍ତମଲ୍ଲ ଙ୍କ ସହିତ ଶତାଧିକ ଚାଷୀ ଅଭିଯୋଗ କରିଛନ୍ତି । ଏହି ସମିତିରେ ବିଭିନ୍ନ ସମୟରେ ଧାନ ବିକ୍ରି କରିବା ପାଇଁ ଅନଲାଇନ କରିବାରେ ବହୁ ଜାଲିଆତି ସମିତି ର ସମ୍ପାଦକ କରିଥିବା ଜାଣିବା ପରେ ସମିତିର ଚାଷୀମାନେ ମୁଖ୍ୟମନ୍ତ୍ରୀ, ଫାଇବ ଟି ସଚିବ ,ଉପ ନିବନ୍ଧକ ସମବାୟ ସମିତି, ପୁରୀ ,ସହକାରୀ ନିବନ୍ଧକ ସମିତି ସମୂହ ମଣ୍ଡଳ ପୁରୀ ,ସମବାୟ ମନ୍ତ୍ରୀ ,ସମବାୟ ସଚିବ ,ସମବାୟ କମିଶନର , ନିମାପଡା ବିଧାୟକ ତଥା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଲିଖିତ ଭାବେ ଅଭିଯୋଗ କରିଥିଲେ ।ଏହି ଅଭିଯୋଗ ପାଇବା ପରେ ଜିଲ୍ଲା ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ମଣ୍ଡଳ ପୁରୀ ଶ୍ରୀ ନୃସିଂହ ସେବା ସମବାୟ ସମିତିର ସମ୍ପାଦକ ସମୀର କୁମାର ରାଉତରା ଙ୍କୁ କାର୍ଯ୍ୟ ରୁ ନିଲମ୍ବିତ କରି ତଦନ୍ତ କରିବା ପାଇଁ କହିଥିଲେ । ମାସ ପରେ ମାସ ବିତିଥିଲେ ମଧ୍ଯ ଚାଷୀଙ୍କ ଅଭିଯୋଗ ର ତଦନ୍ତ କରାଗଲାନାହିଁ । ଚାଷୀ ମାନେ ଏକ ବୈଠକରେ ଏକାଠି ହୋଇ ଆଜି ସେମାନଙ୍କ ଅଭିଯୋଗ ର ତଦନ୍ତ କରାଯାଉନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ବୈଠକ ରେ ନୃସିଂହ ସମିତିର ଚାଷୀ କୈଳାଶ ପର୍ବତ ,ସଚିତ୍ରନାଥ ପ୍ରଧାନ ,ପ୍ରଶାନ୍ତ ସ୍ବାଇଁ ,ବେଣୁଧର ମଲ୍ଲ ,କାଳନ୍ଦୀ ଖୁଣ୍ଟିଆ ,ଶଙ୍କର ରାଉତ ,ନିରଞ୍ଜନ ମୁଦୁଲି ସହିତ ପଞ୍ଚାୟତରୁ ଶତାଧିକ ଚାଷୀ ଯୋଗଦେଇଥିଲେ । ଯଦି ଚାଷୀଙ୍କ ଅଭିଯୋଗ ଉପରେ ତୁରନ୍ତ ତଦନ୍ତ କରି ଦୁର୍ନୀତି ଗ୍ରସ୍ତ ସମ୍ପାଦକ କୁ ସଂପୂର୍ଣ୍ଣ ଭାବେ ବହିଷ୍କାର କରା ନ ଯାଏ ତାହାଲେ ଶ୍ରୀ ନୃସିଂହ ସେବା ସମବାୟ ସମିତିର ସମସ୍ତ ଚାଷୀ ରାଜରାସ୍ତାକୁ ଓଲ୍ହାଇବେ ବୋଲି ସମିତିର ଚାଷୀ ମାନେ ନିଷ୍ପତ୍ତି ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ