କରୋନା କଟକଣା ମଧ୍ୟରେ ସରିଲା ମା ଦୁର୍ଗାଙ୍କ ପୂଜା

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ବିଭିନ୍ନ ସ୍ଥାନରେ ମା ଦୁର୍ଗାଙ୍କ ପୂଜା କରୋନା କଟକଣା ମଧ୍ୟରେ ସମାପନ ହୋଇଛି । ହାଟଡିହି, ଅଣା, କାନପୁର, ବଡରମ୍ପାସ, ମରୈଗାଁ, ସୋସୋ, ମୁଗୁପୁର, କାହାଳିଆଗଡିଆ, କୁରାଢ଼ିଘସା ଆଦି ସ୍ଥାନ ମାନଙ୍କରେ ମାଙ୍କ ପୂଜା ମହା ନିରାଡମ୍ବର ଭାବେ ବିନା ଶ୍ରଦ୍ଧାଳୁଙ୍କ ସମାଗମରେ ଶେଷ ହୋଇଛି । ଗତକାଲି ରାତିରେ ମାଙ୍କୁ ବିଷର୍ଜନ ଦେବାପରେ ଆଜି ସମସ୍ତ ପୂଜା ମଣ୍ଡପରେ ମାଙ୍କ ଭଷାଣି କରାଯାଉଛି । ହାଟଡିହି ପୂଜା ମଣ୍ଡପରେ ସନ୍ତୋଷ କୁମାର ମଲ୍ଲିକ, ସୌଦାମିନୀ ମଲ୍ଲିକ, ଧନୁର୍ଜୟ ବନପାଲିଆ ପ୍ରମୁଖ କର୍ତ୍ତଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିବାବେଳେ ପଣ୍ଡିତ ନରହରି ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ସେହିପରି ଅଣାଠାରେ ଅନୁଷ୍ଠିତ ପୂଜାରେ ପିତାମ୍ବର ମଲ୍ଲିକ, ପରମେଶ୍ୱର ମଲ୍ଲିକ, ପ୍ରଭାକର ମଲ୍ଲିକ, କନକ ମଲ୍ଲିକ, ସବିତା ମଲ୍ଲିକ, ସ୍ୱଗତିକା ମଲ୍ଲିକ ପ୍ରମୁଖ କର୍ତ୍ତାଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିଲେ । ପଣ୍ଡିତ ଉମାକାନ୍ତ ପଣ୍ଡା, ମଙ୍ଗୁଳି ଚରଣ ପଣ୍ଡାଙ୍କ ଦ୍ୱାରା ବେଦମନ୍ତ୍ରରେ ମାଙ୍କ ପୂଜା କରିଥିବାବେଳେ ମନୋଜ ମଞ୍ଜରୀ ମଲ୍ଲିକ, ହରେକୃଷ୍ଣ ବେହେରା, ବୈଷ୍ଣବ ମଲ୍ଲିକ, ମହେଶ୍ୱର ମଲ୍ଲିକ, ଶୁଭଲକ୍ଷ୍ମୀ ମଲ୍ଲିକ, ମାତୃପ୍ରସାଦ ମଲ୍ଲିକ, ସ୍ୱାଗତ ମଲ୍ଲିକ, ସାଇପ୍ରସାଦ ମଲ୍ଲିକ, ଆଦିତ୍ୟ ମଲ୍ଲିକ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ