ଜୀବିକା ଦେଇଛି ପୌରାଣିକ ତାଳପତ୍ର ର ପଟ୍ଟଚିତ୍ର ମହିଳା ହେଉଛନ୍ତି ସ୍ୱାବଲମ୍ବୀ
ନିମାପଡ଼ା, (ସନ୍ତୋଷ ଦାଶ):ତାଳପତ୍ର କେଉଁ ଆବାହନ କାଳରୁ ହିନ୍ଦୁ ଧର୍ମାବଲମ୍ବୀ ଙ୍କ ଜୀବନରେ ବହୁଳ ବ୍ୟବହାର ହେଉଛି । ଆମ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ପରମ୍ପରା ସହ ଜଡିତ ତାଳପତ୍ର। ତାଳପତ୍ର ର ଜାତକ ସବୁ ହିନ୍ଦୁ ଙ୍କ ଘରେ ରହିଆସିଛି କାହିଁ କେତେ କାଳରୁ। ଏବେ ସେଇ ତାଳପତ୍ର ରେ ପଟ୍ଟଚିତ୍ର ଅଙ୍କନ କରି ତାକୁ ବିକ୍ରୀ କରି ଆତ୍ମ ନିର୍ଭରଶୀଳ ହେବାକୁ ଚେଷ୍ଟା ଆରମ୍ଭ କରିଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପାପିରା ଗ୍ରାମ ର କିଛି ମହିଳା।ଅଙ୍କା ଚାଲିଛି ତାଳପତ୍ର ରେ ବିଭିନ୍ନ ଦେବା ଦେବୀଙ୍କ ବେଶ। ନାନା ପ୍ରକାର ପୌରାଣିକ ଚରିତ୍ର କୁ ଦିଆଯାଉଛି ଚିତ୍ରରୂପ।ପ୍ରସ୍ତୁତ ତାଳପତ୍ର ର ଖୋଦେଇ ଅଙ୍କା ଚାଲିଛି। କାର୍ଯ୍ୟରେ ନିମଗ୍ନ ଅଛନ୍ତି ପନ୍ଦର ଜଣ ମହିଳା ଓ ଯୁବତୀ। ଗ୍ରାମୀଣ ମହିଳା ଓ ଯୁବତୀ ଙ୍କୁ ସ୍ୱାବଲମ୍ବୀ କରିବାପାଇଁ ପଟ୍ଟଚିତ୍ର ଗୁରୁ ଯୋଗେନ୍ଦ୍ର ସ୍ୱାଇଁ ଆରମ୍ଭ କରିଛନ୍ତି ଏଭଳି ଉଦ୍ୟମ।ଏଥିରେ ରୋଜଗାର ସମ୍ଭାବନା ଥିବାରୁ ଅଧିକ ମହିଳା ଆଗ୍ରହ ପ୍ରକାଶ କରି ଏଠାକୁ ଆସୁଛନ୍ତି।ଏଠାରେ ଗୁରୁଙ୍କ ଠାରୁ କାମ ଶିଖି କାମ ଅନୁସାରେ ରୋଜଗାର କରି ହେଉଥିବା କହିଛନ୍ତି ମହିଳା ଶିଳ୍ପୀ।ମହିଳା ମାନେ କୁହନ୍ତି ଯେ ଆମେ ଏବେ ତାଳପତ୍ର ରେ ଶ୍ରୀ କୃଷ୍ଣଙ୍କ ରାସଲୀଳା, ଗୋକୃଷ୍ଣ, ଦଶ ଅବତାର ଆଙ୍କି କିଛି ରୋଜଗାର କରିପାରୁଛୁ। ପାପିରା ଗ୍ରାମର ମହିଳା ମାନଙ୍କୁ ତାଳପତ୍ର ରେ ପଟ୍ଟଚିତ୍ର ଅଙ୍କନ ର ଶିକ୍ଷା ପ୍ରଦାନ କରି ସେମାନଙ୍କ ଦକ୍ଷତା ବୃଦ୍ଧି ଦିଗରେ ପ୍ରୟାସ ଜାରି ରଖିଛନ୍ତି ଗୁରୁ ଯୋଗେନ୍ଦ୍ର ସ୍ୱାଇଁ ।ପ୍ରାକୃତିକ ରଙ୍ଗ ଓ ପାରମ୍ପରିକ ଡିଜାଇନ କୁ ଗୁରୁତ୍ୱ ଦେଇ ବିଭିନ୍ନ ପଟ୍ଟଚିତ୍ର ତିଆରି ର ଶିକ୍ଷା ଦେଉଛନ୍ତି ସେ। ଗତ ୩୦ ବର୍ଷ ଧରି ଯୋଗେନ୍ଦ୍ର ଅନେକ ଗ୍ରାମୀଣ ଲୋକ ଓ ମହିଳା ଙ୍କୁ ତାଳପତ୍ର ରେ ଚିତ୍ର ଅଙ୍କନ ପ୍ରଶିକ୍ଷଣ ଦେଇସାରି ଛନ୍ତି। ଗୁରୁ ଯୋଗେନ୍ଦ୍ର ସ୍ୱାଇଁ କୁହନ୍ତି ତାଳପତ୍ର ରେ ଚିତ୍ର ଓ ପଟ୍ଟଚିତ୍ର ର ରାଜ୍ୟ ଓ ରାଜ୍ୟ ବାହାରେ ରହିଛି ଅନେକ ଚାହିଦା।ଜଣେ ପେସାଦାର ମନୋବୃତ୍ତି ନେଇ ଏହାକୁ ନିର୍ମାଣ କରିପାରିଲେ ଏଥିରୁ ବେଶ୍ କିଛି ରୋଜଗାର କରିହେବ। ଶହ ଶହ ବର୍ଷ ଧରି ଉତ୍କଳୀୟ ଶିଳ୍ପୀ ଙ୍କ ମହିମା ମଣ୍ଡିତ କରି ଆସିଥିବା ତାଳପତ୍ର ଖୋଦିତ ପାରମ୍ପରିକ ଚିତ୍ର ଏବେ ଅନେକ ଙ୍କ ଆୟ ର ମାଧ୍ୟମ ପାଲଟିଛି। ଏହି କାର୍ଯ୍ଯ କରି ଅସ୍ତରଙ୍ଗ ବ୍ଲକ ପାପିରା ଗ୍ରାମ ର ଶତାଧିକ ମହିଳା ଏବେ ଆତ୍ମ ନିର୍ଭରଶୀଳ ହୋଇ ପାରିଛନ୍ତି। ତାଳପତ୍ର ରେ ଚିତ୍ର ଓ ପଟ୍ଟଚିତ୍ର ଏବେ ଅନେକ ଙ୍କୁ ଜୀବିକା ଦେଇପାରିଛି।


