ଷଡଙ୍ଗରେ ନୁତନ ପଞ୍ଚାୟତ ଗୃହ ଉଦଘାଟିତ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଷଡଙ୍ଗରେ ଏକ ନୁତନ ପଞ୍ଚାୟତ ଗୃହର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଲୋକର୍ପଣ କରିଥିଲେ । ଏହି ପଞ୍ଚାୟତରେ କାର୍ଯ୍ୟାଳୟ ଗୃହ ନଥିବାରୁ ପଞ୍ଚାୟତ କାର୍ଯ୍ୟ ରାଜୀବଗାନ୍ଧୀ ସେବାକେନ୍ଦ୍ରରେ ହେବା ସହ ନାନା ଅସୁବିଧା ସୃଷ୍ଟି ହୋଉଥିଲା । ସରକାରଙ୍କ ଅନୁଦାନରେ ନୁତନ ଗୃହଟି ନିର୍ମାଣ ପରେ ଏଠାରେ ସୁଚାରୁରୁପେ କାର୍ଯ୍ୟ କରିବାରେ ସହାୟକ ହେବ ଓ ପଞ୍ଚାୟତର ମାସିକ ବୈଠକ ସୁରୁଖୁରୁରେ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା । ଲୋକାର୍ପଣ ଉତ୍ସବରେ ସରପଞ୍ଚ ସ୍ୱର୍ଣ୍ଣପ୍ରଭା ଜେନା, ପିଇଓ ମଧୁସ୍ମୀତା ମହାନ୍ତି, ଜି.ଆର.ଏସ ଗଣେଶ୍ୱର ସାହୁ, ଧବଳେଶ୍ୱର ପଟ୍ଟନାୟକ, ଆଶେକ ଦାସ, ଶ୍ରୀକାନ୍ତ ସେନାପତି, ମାନସ ସା, ସୁଶାନ୍ତ ବେହେରା, ତାରିଣୀ ପଟ୍ଟନାୟକ, ଗୋବିନ୍ଦ ବେହେରା, ପ୍ରତାପ ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ଲୋକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ