ଷଡଙ୍ଗ ହାଇସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ଷଡଙ୍ଗ ରାମବିକ୍ରମ ହାଇସ୍କୁଲରେ ଗଣେଷ ପୂଜା ଅବସରରେ ଅକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଧବଳେଶ୍ୱର ପଟ୍ଟନାୟକବିଦ୍ୟାଳୟର ପୁର୍ବତନ ଶିକ୍ଷକ ରାମଚନ୍ଦ୍ର ମହାନ୍ତି, ପ୍ରଧାନ ଶିକ୍ଷକ ବୃନ୍ଦାବନ ମଲ୍ଲିକ, ପୁର୍ବତନ କର୍ମଚାରୀ ବ୍ରଜ କିଶୋର ସେଠୀ, ସ୍କୁଲ କମିଟି ସଭାପତି ସନାତନ ବଳ ପ୍ରମୁଖ ଯୋଗଦେଇ ‘ପରିବେଶ ସୁରକ୍ଷା ଜୀବନ ରକ୍ଷା’ ଉପରେ ଆଲୋକପାତ କରିବା ସହିତ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ସମେତ ନିଜ ନିଜ ଗାଁ ଓ ଘର ପାଖରେ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଏହିଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିଲା । ଶିକ୍ଷକ ନାରାୟଣ ପାତ୍ର, ନୃଷିହଂ ପଣ୍ଡା, ଅକ୍ଷୟ ବେହେରା, ରବିନ୍ଦ୍ର କୁମାର ନାଥ, କ୍ଷୀରୋଦ କୁମାର ସେଠୀ, ଜଗବନ୍ଧୁ ପଢ଼ିଆରୀ, ରଘୁନାଥ ମହାନ୍ତି, ରାଜେଶ କୁମାର ଶଙ୍ଖୁଆ, ଅଜୟ କୁମାର ଜେନା, କୃଷ୍ଣ ଚନ୍ଦ୍ର ମିଶ୍ର, ବର୍ଷାରାଣୀ ଜେନା, ସନ୍ଧ୍ୟାରାଣୀ ପେରେଇ, ପୂଜାସ୍ମୀତା ଯେନା, ପ୍ରୀୟଙ୍କା ଶାସିନିଙ୍କ ସମେତ ଅନେକ ଛାତ୍ରଛାତ୍ରୀ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ