ସଂଗ୍ରାମୀ ଅନିଳ ଜେନାଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ସଂଗ୍ରାମୀ ତଥା କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ଉପସଭାପତି ଅନିଳ ଚନ୍ଦ୍ର ଜେନାଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସମାଜିକ ସଙ୍ଗଠନ ‘ଆହ୍ୱାନ’ ଏବଂ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟିର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅଧ୍ୟାପକ ଅଜୟ ସମାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ୨ ମିନିଟ ନୀରବ ପ୍ରାର୍ଥନା ପରେ ସ୍ୱର୍ଗତ ଜେନାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସଙ୍ଗଠନ ସମ୍ପାଦକ ଆଇନଜୀବୀ ରମଣୀ ରଞ୍ଜନ ରାଉତରାୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ବିପିନି ବିହାରୀ ବାରିକ, ସମ୍ମାନନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ପ୍ରଦୀପ କୁମାର ଦାଶ, ଉପ ସଭାପତି ଧିରେନ୍ଦ୍ର ଦାସ, ସହସଂପାଦକ ସତ୍ୟବ୍ରତ ସିଂ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସ୍ୱର୍ଗତ ଜେନା ଜଣେ ସରଳ ନିରଳସ ଜୀବନଯାପନ କରୁଥିବା ମଣିଷ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ କୁମାର ଦାସ, ମାନସ ଧଳ, ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ, ରଞ୍ଜନ ମଳିକ, ସାହିତ୍ୟ ସଂସଦ ସମ୍ପାଦକ ଶୁଭାଂଶୁ କୁମାର ଦାସ, ଦୀପକ ପ୍ରଧାନ, ମାନସ ସାହୁ, ସେକ ୟୁସୁଫ, ସୈାକତ ଖାନ ପ୍ରମୁଖ ସ୍ୱର୍ଗତ ଜେନାଙ୍କ ବହୂମୁଖୀ ପ୍ରତିଭାର ଆଲୋକପାତ କରିଥିଲେ । ଶେଷରେ ଆଇନଜୀବୀ ଶେଷଦେବ ଦାସ କୃତଜ୍ଞତା ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ