ସଂଘରୋଧ କେନ୍ଦ୍ରରେ ଅବ୍ୟବସ୍ଥା କୁ ନେଇ ଭିଡ଼ିଓ ଭାଇରାଲ ଘଟଣା ଅଭିଯୋଗକୁ ଖଣ୍ଡନ କଲେ ବିଡ଼ିଓ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):କୋରନା ମହାମାରୀ ପାଇଁ ରାଜ୍ୟ ସରକାର ବାହାର ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ଭିଟାମାଟି କୁ ଫେରାଇ ଆଣୁଥିବା ବେଳେ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ସଂଘରୋଧ କେନ୍ଦ୍ରରେ ରଖାଯାଉଛି। ହେଲେ ଏଥିରେ କିଛିଟା ପରିଚାଳନା ଗ୍ରତ ତୃଟି ଏବଂ ବ୍ୟତିକ୍ରମ ଦର୍ଶାଇ ପ୍ରବାସୀ ଅନ୍ତେବାସି ଓ କିଛି ଅମାନିଆ ମାନେ ସଂଘରୋଧ କେନ୍ଦ୍ରରେ ଭିଡିଓ ମାଧ୍ୟମରେ ନିଜର ଅଭାବ ଅସୁବିଧା ପ୍ରଶାସନ ଓ ଲୋକ ଲୋଚନକୁ ଆଣୁଛନ୍ତି। ସେହିପରି ଗତକାଲି ସୁରତ ଓ ମହାରାଷ୍ଟ୍ର ରୁ ଆସିଥିବା ପ୍ରାୟ ୧୨୦ ପ୍ରବାସୀ ଓଡ଼ିଆ ଅନ୍ତେବାସୀ ମାନକୁ ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଗାଲେରୀ ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟରେ ୩ଟା ସମୟରେ ପ୍ରଶାସନ ପକ୍ଷରୁ ରଖାଯାଇଥିଲା। ହେଲେ ସେଠାରେ ରହିବା ପାଇଁ ଆବଶ୍ୟକୀୟ ଜିନିଷ ପତ୍ର ସହ ପାନୀୟ ଜଳଯୋଗାଣ ସମସ୍ୟା ଓ ଖାଦ୍ୟ ସମସ୍ୟା ସୃଷ୍ଟି ହେବାରୁ ଅନ୍ତେବାସୀ ମାନେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ ଏଥି ସହିତ କିଛି ପ୍ରବାସୀ ମୁଡି ଖାଇ ରାତିରେ ଶୋଇଥିବା ମଧ୍ୟ କହିଛନ୍ତି । ସେଠାରେ ଥିବା ମହିଳା ମାନେ ମଧ୍ୟ ବିଭିନ୍ନ ପ୍ରକାରର ସମସ୍ୟା ନେଇ କହିଛନ୍ତି । ଏ ନେଇ ସେମାନେ ସରପଞ୍ଚ କୁ କହିବାରୁ ସେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିବା ସେମାନେ ଏକ ଭିଡ଼ିଓ ଜାରି କରି ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଏ ଘଟଣା ସମ୍ପର୍କରେ ଆମେ ଭଞ୍ଜନଗର ବିଡ଼ିଓ ଅନିଲ କୁମାର ସେଠୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ସେଠାରେ ଥିବା ସମସ୍ତ ପ୍ରବାସୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି ଓ ଗତକାଲି ରାତିରେ ସେମାନେଙ୍କୁ ଖାଇବାକୁ ଦିଆଯାଇଛି ଯାହାର ପ୍ରମାଣ ଥିବା ସେ କହିଛନ୍ତି । ତଥାପି କିଛି ବଦମାସ ଅମାନିଆ ଲୋକ ମାନେ ପ୍ରଶାସନ କୁ ବଦନାମ କରିବା ପାଇଁ ଏପରି କରିଛନ୍ତି ଏ ନେଇ ଆଜି ସେମାନେଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ନେଇ ସେ ସୂଚନା ଦେଇଛନ୍ତି ଓ ଏହି ଭଳି ସମୟରେ ପ୍ରଶାସନ କୁ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ