ସଙ୍ଗରୋଧ କେନ୍ଦ୍ରରୁ ନିଜ ଘରକୁ ଫେରିଲେ ୨୫୧ ଜଣ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିବା ୨୫୧ ଜଣ ବ୍ୟକ୍ତିଙ୍କୁ ମଇ ୨୨ ତାରିଖ ସନ୍ଧ୍ୟା ସୁଦ୍ଧା ନିଜ ଘରକୁ ନେଇ ଛାଡିଥିବା ବେଳେ ଦୁଇ ସପ୍ତାହ ନିଜ ଘରେ ସଙ୍ଗରୋଧରେ ରହିବାବୁ ପରାମର୍ଶ ଦିଆଯାଇଛି। ଗତ କାଲି ରାତ୍ର ସୁଦ୍ଧା ୪୬ ଜଣଙ୍କୁ ଚାରି ଚକିଆ ଯାନରେ ନେଇ ସେମାନଙ୍କ ନିଜ ଘରେ ପହଞ୍ଚାଇ ଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ୨୦୫ ଜଣଙ୍କୁ ବସରେ ନେଇ ନିଜ ଘରେ ପହଞ୍ଚାଯାଇଛି। ଏହି ୨୫୧ ଜଣ ନିଜ ଘରେ ୧୪ ଦିନ ସଙ୍ଗରୋଧରେ ରହିବାବୁ ପରାମର୍ଶ ଦିଆଯାଇଛି। ନିଜ ଘରେ ସଙ୍ଗରୋଧରେ ରହିବା ସମୟରେ ସେମାନଙ୍କ ଡାକ୍ତରୀ ପରୀକ୍ଷାର ବ୍ୟବସ୍ଥା କରାଯାଇଥିବା ବେଳେ ଯଦି କାହାକୁ ଥଣ୍ଡା, କାଶ, ଜ୍ଵର ଦେଖା ଦେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ