ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ
ବାଲିକୁଦା,(ପିତବାସ ପ୍ରଧାନ): ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବରମୁଣ୍ଡଳି ପଞ୍ଚାୟତ ଦଶବାଟିଆ ବଜାରର ପାଞ୍ଚ ଶହ ମିଟର ପୂର୍ବରୁ ଏକ ସଡକ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକର ଅବସ୍ଥା ଶୋଚନୀୟ ଅଛି । ଆପାଚି ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏଭଳି ଦୁର୍ଘଟଣା ଘଟି ଥିବା ଶୁଣିବାକୁ ମିଳୁଛି । ମୃତ୍ୟୁ ବରଣ କରିଥିବା ଯୁବକଙ୍କ ଘର ଦଶବାଟିଆ ହୋଇଥିବା ବେଳେ ତାଙ୍କ ନାମ ଆଲୋକ ପରିଡ଼ା,ବୟସ ୨୨ ବର୍ଷ । ଅନ୍ୟ ଜଣକର ଘର ବରମୁଣ୍ଡଳି ବୋଲି ଜଣାପଡିଛି । ଦୁର୍ଘଟଣା ଖବର ପାଇବା ପରେ ଅନନ୍ତପୁରୁ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।


