ସଡକ ଦୁର୍ଘଟଣା ଘଟି ଯୁବକ ମୃତ୍ୟୁ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା ): ଭଣ୍ଡାରିପୋଖରୀ ଵ୍ଲକ ବାରିକପୁର -ବନ୍ତ ରାସ୍ତା ର ଵରଡେଶ୍ବର ଛକ ନିକଟରେ ସଡକ ଦୁର୍ଘଟଣା ଘଟିବାରୁ ଜଣେ ଯୁବକ ଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଆଜି ଦିନ ପ୍ରାୟ ୨ଟା ଵେଳେ ହାଟଡିହି ଗ୍ରାମର ଵିଦ୍ୟାଧର ଜେନାଙ୍କ ପୁଅ ଜଳେନ୍ଦ୍ର(୩୦)ଵନ୍ତ ପଟୁ କୌଣସି କାମ ସାରି ମୋଟର ସାଇକେଲ ଯୋଗେ ଘରକୁ ଫେରୁଥିଲେ।ଠିକ୍ ଏହି ସମୟରେ ଵାରିକପୁର ପଟୁ ରାଛଡିଆ ଗ୍ରାମର ସୁଜନ ମାଝୀ ଓ ତାଙ୍କ ପୁଅ କମଳାକାନ୍ତ ଅନ୍ୟ ଏକ ମୋଟର ସାଇକେଲ ରେ ଲୁହା ଗ୍ରୀଲ ଧରି କେନ୍ଦୁଆପଦା ଅଭିମୁଖେ ଯାଉଥିଲେ। ବରେଡେଶ୍ଵର ଛକ ନିକଟରେ କୌଣସି କାରଣରୁ ଦୁଇଗୋଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ କେନ୍ଦୁଆପଦା ଫାଣ୍ଡି ର ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ଜଣ ଗୁରୁତର ଆହତ ଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲ ନେଇଥିଲେ। ଡାକ୍ତର ସେଠାରେ ଜଳେନ୍ଦ୍ରକୁ ମୃତ୍ୟୁ ଘୋଷଣା କରିଥିଵାଵେଳେ ଗୁରୁତର ଵାପ ପୁଅଙ୍କ ପ୍ରାଥମିକ ଚିକିତ୍ସା କରାଯାଇ କଟକ ପଠାଇଥିଵା ଜଣାପଡିଛି।


