ସଡକ ସୁରକ୍ଷା ଜୀବନ ରକ୍ଷା

ବ୍ରହ୍ମପୁର ମହାନଗର ରେ ଜନ ସଂଖ୍ୟାର ବୃଦ୍ଧି ସହିତ ଯାନବାହାନର ସଂଖ୍ୟା ବୃଦ୍ଧି ହୋଇଛି।ଯଦିଓ ରାଜରାସ୍ତା ବା ମୁଖ୍ୟ ରାସ୍ତା ଗୁଡିକୁ ଟୁ ଲେନ କରାଯାଉଛି କିନ୍ତୁ ସହରର ରାଜରାସ୍ତା ବ୍ୟତିତ ଅନ୍ୟ ରାସ୍ତା ଗୁଡିକ ଢେର ସଂକୀର୍ଣ୍ଣ ଆଜି ମଧ୍ୟ ରହିଛି।ଏହି ସଂର୍କୀର୍ଣ୍ଣ ରାସ୍ତା ରେ ଦିନବେଳା ଲୁହାଛଡା ବାଲି ସିମେଣ୍ଟ ନେଇ ବଡ ବଡଟ୍ରକ ମାନେ ଯିବା ଆସିବା କରୁଛନ୍ତି ଏହାଦ୍ବାରା ସାଧାରଣ ଜନତା ଏବଂ ସେ ଅଞ୍ଚଲ ରେ ବସବାସ କରୁଥିବା ଜନ ସାଧାରଣ ନାନା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି।ଗୋଟିଏ ବଡ ଟ୍ରକ ଏହି ସଂକୀର୍ଣ୍ଣ ରାସ୍ତା ରେ ପଶି ଗଲେ ଅନ୍ୟ ସମସ୍ତଙ୍କ ଗମନା ଗମନ କୁ ବନ୍ଦ କରିଦେଉଛି।

ବଡ ଟ୍ରକ ଗୁଡିକ ଦ୍ଵାରା ରାସ୍ତା ଗୁଡିକ ଭାଙ୍ଗି ଯାଉଛି ଓ ଉବଡା ଖବଡା ହୋଇ ଯାଉଛି।ବଡ ଟ୍ରକ ଗୁଡିକୁ ଯଦି ରାତିରେ କିମ୍ବା ପାହାନ୍ତିଆ ରେ ଯିବା ପାଇଁ ଅନୁମତି ଦିଆ ଯାଆନ୍ତା ଓ ଅନ୍ୟ ସମୟ ରେ ସେମାନଙ୍କର ଯିବା ଆସିବା ଉପରେ ରୋକ ଲଗା ଯାଆନ୍ତା ତାହେଲେ ଅନେକାଂଶ ରେ ଜନ ସାଧାରଣ ଅନେକ ସମସ୍ୟାରୁ ମୁକ୍ତି ପାଇ ପାରନ୍ତେ।ଏହି ଜନ ବସତି ଗୁଡିକ ରେ ବୟସ୍କ ଲୋକ ଓ ଛୋଟ ପିଲାମାନେ ମଧ୍ୟ ରହିଥାନ୍ତି । ବଡ ଯାନବାହାନ ଏମାନଙ୍କ ପାଇଁ ନିଶ୍ଚିତ ବିପଦ କହିଲେ ଭୁଲ ହେବନାହିଁ।ବିଗତ ଦିନ ଗୋଟିଏ ବଡ ଟ୍ରକ ଖୋଡାସିଙ୍ଗ ସାହି ଭିତର ରାସ୍ତା ରେ ଗାତ ଭିତର କୁ ପଶି ଯାଇଥିଲା,ଅନେକ ଚେଷ୍ଟା ପରେ ଟ୍ରକ ବାହାରିଥିଲା।ଏହି ଘଟଣା ଯିବା ଆସିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଠି କରିଥିଲା ପ୍ରଶାସନ ଓ ସାଧାରଣ ଜନତା ଏଥିପାଇଁ ସଜାଗ ହେବା କଥା।ଏହା ହେଲେ ସଡକର ସୁରକ୍ଷା ହୋଇପାରିବ ଓ ଜୀବନ ମଧ୍ୟ ରକ୍ଷା ହୋଇପାରିବ।

କାଳି ଦାସ ,
ବ୍ରହ୍ମପୁର,
ଖୋଡ଼ାସିଙ୍ଗ କଳିଙ୍ଗନଗର ,
ଫୋନ ନମ୍ବର – ୭୨୦୫୧୦୦୮୩୯॰

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ