ସଡଙ୍ଗା ଗ୍ରାମ ରାସ୍ତା ମରାମତି ହେଉ ନଥିବାରୁ ଗ୍ରାମବାସୀଙ୍କ ପ୍ରତିବାଦ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତର ସଡଙ୍ଗା ଗ୍ରାମର ଗ୍ରାମ୍ୟ ରାସ୍ତା ଟି ଆଜକୁ ୫ବର୍ଷ ହେଲା ମରାମତି ହେଉ ନଥିବାରୁ ରାସ୍ତାଟି ସାରା ପାଣି କାଦୁଅରେ ପରିପୁର୍ଣ୍ଣ ହୋଇଯାଇଛି । ଫଳରେ ଗାଁ ଲୋକେମାନେ ବାହାରକୁ ବାହାରି ପାରୁ ନାହାନ୍ତି । ସ୍କୁଲ ଓ ଅଙ୍ଗନବାଡି ଛାତ୍ରଛାତ୍ରୀ ମାନେ କାଦୁଅ ପାଣିରେ ପସି ସ୍କୁଲ ଯାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଅନ୍ୟ ଗାଁ ମାନଙ୍କୁ ପିଚୁ ଓ ପକ୍କା ସଡକ ନିର୍ମାଣ କରାଯାଉଥିବାବେଳେ ସଡଙ୍ଗା ଗ୍ରାମପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିବା ସହିତ ଯଦି ତୁରନ୍ତ ରାସ୍ତା ନିର୍ମାଣ କରାନଯାଏ ତେବେ ଗ୍ରାମବାସୀମାନେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।


