ସଦର ବିଜେପି ପକ୍ଷରୁ ବନ୍ଧୁମିଳନ
ବାଲେଶ୍ୱର, (ସରୋଜ ପଣ୍ଡା) :ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସଦର ବିଜେପି ପକ୍ଷରୁ ଦଳ ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ-ସଭ୍ୟାଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଆୟୁଷ୍ମାନ କଲ୍ୟାଣମଣ୍ଡପରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଅଛି । ପଞ୍ଚାୟତ ସ୍ତରୀୟ ନିର୍ବାଚିତ ପ୍ରତିନିଧିଙ୍କ ସମେତ ମଣ୍ଡଳ ସ୍ତରୀୟ ନେତାମାନେ ଏଥିରେ ଯୋଗଦେଇ ରାଜନୈତିକ ଉପଲବ୍ଧି ଓ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା କରିଥିଲେ । ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତ ଯେଭଳି ଜଣେ ଦଳୀୟ ସାଧାରଣ କାର୍ଯ୍ୟକର୍ତ୍ତାକୁ ସହଯୋଗ କରି ସରପଞ୍ଚ ଓ ସମିତି ସଭ୍ୟ ଆସନରେ ବସାଇଥିଲେ ସେ କଥାକୁ ଜନ ପ୍ରତିନିଧିମାନେ ମନେ ପକାଇଥିଲେ । ଅନୁରୂପ ଭାବେ ସଦର ନେତା ମାନସ ଦତ୍ତ ମଧ୍ୟ ସଙ୍ଗଠନ ଜାରି ରଖିବା ସହିତ କର୍ମୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିପାରିଛନ୍ତି ବୋଲି ଉପସ୍ଥିତ ବିଜେପି କର୍ମକର୍ତ୍ତାମାନେ ମତ ପ୍ରକାଶ କରିଥିଲେ । ଯୁବନେତା ଶ୍ରୀ ଦତ୍ତ ,ଥିରେ ଯୋଗଦେଇ ପଞ୍ଚାୟତ ନିର୍ବାଚନରେ ତାଙ୍କ ବାପା ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ଭଳି ପଞ୍ଚାୟତ ନିର୍ବାଚନ ପରିଚାଳନାରେ ପ୍ରାର୍ଥୀଙ୍କୁ ସହଯୋଗ କରିବେ ବୋଲି କହିଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ବୁଆଁଳ ପଞ୍ଚାୟତ ସମିତି ସଭ୍ୟ ରବିନାରାୟଣ ମହାପାତ୍ର ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର, ସରପଞ୍ଚ ଶ୍ରୀକାନ୍ତ ମହାପାତ୍ର, ସର୍ବେଶ୍ୱର ମହାନ୍ତି, ସୁଭେଶ ନାୟକ, ସତ୍ୟଭାମା ରାଉତ, ଅମ୍ବିକା ବେହେରା, ରଶ୍ମିତା ମଣ୍ଡଳ, ସାନିଆ ମୁର୍ମୁ, ଅନିତା ବେହେରା, ରଶ୍ମିତା ସିଂ, ବାସନ୍ତି ବେହେରା, ଜିଲ୍ଲା ପରିଷଦ ସଭ୍ୟା ସୁମତି ନାୟକ, ବସୁନ୍ଧରା ସିଂ, ସମିତି ସଭ୍ୟ ସାଗେନ ମାଝୀ, ଅଭିପ୍ସା ନାୟକ, ବନିତା ଭୂୟାଁ, ଝୁନୁ ଦାସ, ଜୟନ୍ତି ମୁର୍ମୁ, ଅନ୍ନପୂର୍ଣ୍ଣା ମଣ୍ଡଳ, ମଣ୍ଡଳ ସଭାପତି ଅନିଲ ପାତ୍ର, କାର୍ତ୍ତିକ ରାଉତ, ତପନ ଗିରି, ବିଜୟ ଦାସ, ମଣ୍ଡଳ ପ୍ରଭାରୀ ଗଙ୍ଗାଧର ରାଉତ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ବରିଷ୍ଠ ନେତା ସୀତାକାନ୍ତ ସ୍ୱାଇଁ, ମିହିର ପାଣି, ରାଜେନ୍ଦ୍ର ଚାଟାର୍ଜୀ, ଭୁଦେବ ସାହୁ, ଭାଗ୍ୟଧର ଦାସ ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଗୌରାଙ୍ଗ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ ।


