ସହର ମଝିରେ ଦୁଇ ବାଇ ମୁହାଁମୁହିଁ : ଦୁଇ ବାଇକ ଚାଳକ ଗୁରୁତର
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସହର ମଝି ପେଟ୍ରୋଲ ପମ୍ପ ପାଖରେ ସଂଧ୍ୟା ସମୟରେ ଦୁଇ ବାଇକ ମୁହାଁମୁହିଁ ହେବାଫଳରେ ଦୁଇ ଯୁବ ବାଇକ ଚାଳକ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଇଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭତି କରାଯାଇଥିଲା । ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତର, ନର୍ସଙ୍କ ବିଳମ୍ବ ଚିକିତ୍ସା ନେଇ ଡାକ୍ତରଖାନାରେ ଚାପା ଉତ୍ତେଜନା ଲାଗିଥିଲା । ଦୁର୍ଘଟଣାଗ୍ରସ୍ତଙ୍କ ମଧ୍ୟରୁ ଜଣେ ଯୁବକ ରାଇରଙ୍ଗପୁର ସହରର ନିଶାନ୍ତ ମହାନ୍ତ । ପରିସ୍ଥିତି ଗୁରୁତର ଥିବାରୁ ତାଙ୍କୁ ଜାମସେଦପୁରର ଟାଟା ମେଡିକାଲ ହସ୍ପିଟାଲକୁ ସ୍ଥାନାନ୍ତରିମ କରାଯାଇଛି । ସେହିଭଳି ଅନ୍ୟ ଗୁରୁତର ବାଇକ ଚାଳକ କାହ୍ନୁ ଚରଣ ଟୁଡୁ ଘର ହଳଦା ପଞ୍ଚାୟତର ନଦିଆପୋଷୀ ଗ୍ରାମର । ଡାକ୍ତରଖାନା ରେଗଣ୍ଡଗୋଳ ଆଶଙ୍କା ଜାଣିପାରି ପୋଲିସ ଘଟଣାସ୍ଥଳରେ ପହଞିଥିଲେ । ରାଇରଙ୍ଗପୁର ହସ଼ପିଟାଲରେ ଦୁର୍ଘଟଣା ରୋଗୀଙ୍କ ଚିକିତ୍ସା ପ୍ରତି ବାରମ୍ବାର ଅବହଳା ଓ ଅଣଦେଖା ଯାଉଥିବାରୁ ଅଂଚଳବାସୀ ଅସନ୍ତୋଷ ପ୍ରକାଶ କରିବା ସହ ବିମୁଖ ହେଉଛନ୍ତି ।ସେଥିଲାଗି ସବୁବେଳେ ରୋଗୀ ସଂପର୍କୀୟ ଓ ଡାକ୍ତରଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଛି ।


