ସପ୍ତମ ହାଇସ୍କୁଲ ପ୍ରଧାନଶିକ୍ଷକ ସମ୍ମିଳନୀ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଠାରୁ ପ୍ରାୟ ପନ୍ଦର କିଲୋମିଟର ଦୂର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମୁଜାଗଡ଼ ଠାରେ ସପ୍ତମ ବ୍ଲକ ସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ସମ୍ମିଳନୀ ସହଗାଷ୍ଠୀ ଶିକ୍ଷାଧିକାରୀ ସୂର୍ଯ୍ୟ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ ବଡ କୋଦଣ୍ଡା ପ୍ରଧାନଶିକ୍ଷକ ସନ୍ତୋଷ ଜେନା ଏହାକୁ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଥିବାବେଳେ ସମ୍ବଳ ଶିକ୍ଷକ ଭାବେ ବାହାଡାପଦର ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ସିଦ୍ଧlର୍ଥ ଶଙ୍କର ସ୍ୱାଇଁ, ଗାଲେରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ଯୋଗଦେଇ ପରୀକ୍ଷା ପରବର୍ତ୍ତୀ ଛାତ୍ରଛାତ୍ରୀଙ୍କ ଜଇନ, ପାଠ୍ୟଦାନ, ବୁକ ବେଙ୍କ, ହାଉସ ସିଷ୍ଟମର ଭୂମିକା, ଅନ ଲାଇନ କ୍ଲାସ, ଉପରେ ଆଲୋଚନା କରାଯାଇଥିଲା l ବିଭିନ୍ନ ସନ୍ଦେହ ଜନକ ପ୍ରଶ୍ନର ଉତ୍ତର ସହଗାଷ୍ଠୀ ଶିକ୍ଷାଧିକାରୀ ସୂର୍ଯ୍ୟ ନାୟକ ପ୍ରଦାନ କରିଥିଲେ l ଉଚ୍ଚ ବିଦ୍ୟାଳୟ ଅଧ୍ୟକ୍ଷା ବୈଜନ୍ତିମାଳା ପ୍ରିୟଦର୍ଶିନୀ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ୟୁ. ବି ହାଇସ୍କୁଲ ପ୍ରଧାନଶିକ୍ଷକ ଉମାକାନ୍ତ ନାହାକ ଗତ ବୈଠକର ବିବରଣୀ ପାଠ କରିଥିଲେ l ଏହି ଅବସରରେ ବଡକୋଦଣ୍ଡl ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କୁ ତାଙ୍କର କର୍ତ୍ତବ୍ୟ, ଦାୟିତ୍ୱ ଓ ସାଙ୍ଗଠନିକ ଦକ୍ଷତା ପାଇଁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା l ସମ୍ମିଳନୀରେ ଭଞ୍ଜନଗର ବ୍ଲକର ସମସ୍ତ 27 ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ଅଧ୍ୟକ୍ଷl ବୈଜନ୍ତିମାଳl ପ୍ରିୟଦର୍ଶନୀ ଧନ୍ୟବାଦ ପ୍ରଦାନ କରିଥିଲେ l ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନା ସହ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ