ସମସ୍ୟା ଘେରରେ ମାଲଟିଦେବୀ  ବାଳିକା ବିଦ୍ୟାଳୟ : ନାହିଁ ନାହିଁ ରେ ଚାଲିଛି ସ୍କୁଲ

ହାଟଡିହି, (ବିକାଶ ବିଶ୍ୱାଳ) :-ଏବେ ରାଜ୍ୟ ସରକାର ୫-ଟି ଯୋଜନାରେ ସ୍କୁଲ ମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇଦେଇ ସ୍କୁଲର ସୌନ୍ଦର୍ୟ୍ୟ କରଣ  କରୁଥିବା ବେଳେ ଅନେକ ସ୍କୁଲରେ ଛାତ୍ରଛାତ୍ରୀ ଙ୍କୁ ମୌଳିକ ସୁବିଧା ଯୋଗାଇ ଦିଅ ଯାଉ ନାହିଁ। ଏପରି ଏକ ବିଦ୍ୟାଳୟ ଅଛି ଯେଉଁଥିରେ  ନାହିଁ ଶୌଚାଳୟ , ନାହିଁ ସାଇକେଲ ଷ୍ଟାଣ୍ଡ, ନାହିଁ ଖେଳ ପଡିଆ, ନାହିଁ ପିଇବା ପାଣି ର ବ୍ୟବସ୍ଥା, ଏପରି ଅନେକ।  ଶୌଚ ପାଇଁ ଛାତ୍ରୀ ମାନେ ଯାଉଛନ୍ତି ବାହାରକୁ, ଗଛ ମୂଳେ ଖରା ବର୍ଷାରେ ରଖୁଛନ୍ତି ସାଇକେଲ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଡରମ୍ପାସ  ମାଳତୀ ଦେବୀ ଉଚ୍ଚ ବିଦ୍ୟାଳୟ ରେ। ବିଦ୍ୟାଳୟ ରେ ଆବଶ୍ୟକ ଶ୍ରେଣୀଗୃହ ନଥିବା ବେଳେ ଗତ ଦୁଇବର୍ଷ ପୂର୍ବେ ଖଣିଜ ପାଣ୍ଠିରୁ ଶ୍ରେଣୀ ଗୃହ ନିର୍ମାଣ ହୋଇଥିଲା । ବିଦ୍ୟାଳୟର ପିଲା ସଂଖ୍ୟା ପ୍ରାୟ ଦେଢ଼ଶହ ରୁ ଉର୍ଦ୍ଧ୍ବ , କିନ୍ତୁ ଶୌଚାଳୟ ରେ ପାଣି ନଥିବାରୁ ବାହାରକୁ ଯିବାକୁ ପଡୁଛି । ଗତ ନିର୍ବାଚନ ସମୟରେ ପୂର୍ବତନ ସରପଞ୍ଚଙ୍କ ଅନୁଦାନ ରୁ ମିଳିଥିଲା ଶୌଚାଳୟ। କିନ୍ତୁ ତାହା ଵ୍ୟବହାର ଉପଯୋଗୀ ହୋଇପାରିଲା ନାହିଁ । ପିଲାଙ୍କ  ପାଇଁ  ଖେଳ ପଡ଼ିଆ ଟିଏ ମଧ୍ୟ ନାହିଁ । ପିଲା ମାନେ ବହୁ ଦୂର ଦୁରାନ୍ତ ରୁ ଆସୁଥିବାରୁ ସାଇକେଲ ଆଣିଲେ ଷ୍ଟାଣ୍ଡ ନାହିଁ ରଖିବାକୁ। ସବୁଦିନ ଖରା ଓ ଅଦିନିଆ ବର୍ଷା ପବନ ରେ ସେଭଳି ପଦା ରେ ପଡ଼ିରହେ । ଯାହାକି ଏଭଳି ସ୍ଥିତି ରେ ଶିକ୍ଷକ ମାନେ ବସିବାକୁ ଅଫିସ ଗୃହ ନଥିବାରୁପିଲାଙ୍କ କମ୍ପ୍ୟୁଟର ଘରେ ଶିକ୍ଷକ ମାନେ ବସା ଉଠା କରୁଛନ୍ତି।  କିନ୍ତୁ ସରକାର ଙ୍କ ଯୋଜନା ଅନେକ ରହିଛି ସରକାରୀ ବିଦ୍ୟାଳୟ ପାଇଁ ସ୍କୁଲ ରୁପନ୍ତକରଣ ଵ୍ୟବସ୍ଥା ଏଠି ପହଁଚି ପାରିନି। ଆଜି ବିଜ୍ଞାନ ଯୁଗରେ ମହିଳା ମାନେ ରାଷ୍ଟ୍ରପତି ହୋଇ ଦେଶର ସମ୍ମାନ ବଢାଉ ଥିବାବେଳେ ମାଳତୀ ଦେବୀ ଉଚ୍ଚ ବିଦ୍ୟାଳୟରେ ପିଲାମାନେ ଏତେ ଅଵ୍ୟବସ୍ଥା ଭିତରେ କେମିତି ଶିକ୍ଷାଲାଭ ତାହା ନିଜ ଆଖିରେ ନଦେଖିଲେ ବିଶ୍ୱାସ ହେବନି । ପ୍ରାୟେତ ସ୍କୁଲ ଅଧିକାରୀ ଙ୍କ ପାଦ ପଡେନି ଏହି ସ୍କୁଲରେ । ପିଲାଙ୍କ ସମସ୍ୟାକୁ ସରକାରୀ ବାବୁ କିପରି ଜାଣିବେ। ଏଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସ୍କୁଲ ସମସ୍ୟା ର ସମାଧାନ କରିବାକୁ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ