ସୁନା ସଫା ଆଳରେ ହାର ଲୁଟିନେଲେ ଦୁର୍ବୁତ

ହାଟଡିହି, (ବିକାଶ ବିଶ୍ୱାଳ) :-ସୁନା ସଫା ଆଳରେ ହାର ଲୁଟି ନେଲେ ଦୁର୍ବୁତ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକ ଚଷାଖଣ୍ଡ ଗାଁରେ । ଆଜି ଗାଁକୁ ଦୁଇଜଣ ବ୍ୟକ୍ତି ସୁନାରୁପା ଓ ବାସନ କୁସନ ସଫା କରିବାପାଇଁ ଆସି ଘରଘର ବୁଲି ଲୋକଙ୍କୁ ପ୍ରବର୍ତାଇଥିଲେ । କେହି କେହି ବାସନ କୁସନ ଓ ରୁପା ସଫା କରିଥିଲେ । ଏହାଦେଖି ଗାଁର ଜଣେ ବ୍ୟକ୍ତି ତାଙ୍କ ପରିବାରର ବାସନକୁସନସଫା କରିବାକୁ  ଦେବାପରେ ସୁନା ହାର ସଫା କରିବାକୁ ଦେଇଥିଲେ । ବାସନ କୁସନ ଗୁଡିକ ରଖିବାକୁ ଘର ଭିତରକୁ ଯାଇଥିବାବେଳେ ଦୁର୍ବୁତ ଦୁଇଜଣ ସୁନାହାରଟିକୁ ନେଇ ଚମ୍ପଟ ମାରିଥିଲେ । ପରେ ସେମାନଙ୍କୁ ବିଭିନ୍ନ ଆଡେ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ମିଳିନଥିବା ଜଣାଯାଇଛି । ଗତବର୍ଷ ମଧ୍ୟ ସେହି ସମାନ ଢ଼ଙ୍ଗରେ ଡଅଁର ଗ୍ରାମରୁ ସୁନାରୁପା ଲୁଟ ହୋଇଥିଲା । ବାରମ୍ବାର ଏପରି ଘଟଣା ଘଟୁଥିଲେବି ଲୋକମାନେ ସଚେତନ ହେଉ ନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ