ସମ୍ପାଦକଙ୍କ ଅବହେଳାରୁ ଚାଷୀଙ୍କ ଧାନ ବିକ୍ରୀ ହୋଇନପାରିବା ଅଭିଯୋଗ
କେନ୍ଦ୍ରାପଡା : ମହାକାଳପଡା ବ୍ଲକ ଅନ୍ତର୍ଗତ ଛତର ସେବା ସମବାୟ ସମିତି ସମ୍ପାଦକଙ୍କ ଅବହେଳାରୁ ଧାନ ବିକ୍ରୀ କରିବାକୁ ଅପେକ୍ଷାରତ ଚାଷୀମାନେ ହତାଶ ହୋଇ ପଡିିଥିବା ଅଭିଯୋଗ ହୋଇଛି । ୫୦ରୁ ଉର୍ଦ୍ଧ୍ୱ ଚାଷୀ ଧାନବସ୍ତା ସମିତି ସମ୍ମୁଖରେ ରଖି ବିକ୍ରୀ କରିନପାରି ହତାଶ ହୋଇଥିବା ଦେଖାଯାଇଛି । ବେଷାମରିକ ଯୋଗାଣ ଅଧିକାରୀ ରଜନିକାନ୍ତ ଦାସଙ୍କୁ ସଂପୃକ୍ତ ଚାଷୀମାନେ ଅଭିଯୋଗ କରିବା ସହିତ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବା ପାଇଁ ଚେତାବନି ଦେଇଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ ସଂପୃକ୍ତ ଚାଷୀମାନେ ଟୋକନ ପାଇ ସମିତି ସମ୍ମୁଖରେ ଧାନ ବସ୍ତା ରଖି ଥିବା ବେଳେ ସମିତିର ସମ୍ପାଦକ ଧାନ କିଣିବାରେ ଅବହେଳା କରିଥିବା ବେଳେ ଗତ ଫେବୃଆରୀ ୨୬ ତାରିଖରୁ ଅନଲାଇନ ସାଇଟ ବନ୍ଦ ହୋଇଯାଇଥିଲା । ସମ୍ପାଦକଙ୍କ ଉଦାସିନତା ଯୋଗୁଁ ଚାଷୀଙ୍କ ଠାରୁ ଧାନ କିଣା ନ ଯିବା ଫଳରେ ପ୍ରାୟ ୮ ଶହରୁ ଉର୍ଦ୍ଧ୍ୱ କ୍ୱିଣ୍ଟାଲ ଧାନ ସମିତି ସମ୍ମୁଖରେ ପଡିରହିଛି । ଏ ସମ୍ପର୍କରେ ବେଷାମରିକ ଯୋଗାଣ ଅଧିକାରଙ୍କ ସମେତ ଏଆରସିଏସ୍, ଡିଆରସିଏସ ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସଚିବଙ୍କୁ ଚାଷୀମାନେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ।


