୭ଜଣ କରୋନା ସନ୍ଦିଗ୍ଧ, ଘରେ ପର୍ଯ୍ୟବେକ୍ଷଣରେ ରହିବାକୁ ଡାକ୍ତରଙ୍କ ପରାମର୍ଶ
କେନ୍ଦ୍ରାପଡା : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୭ଜଣ କରୋନା ସନ୍ଦିଗ୍ଧ ଚିକିତ୍ସିତ ହେବାକୁ ଆସିଥିବା ଡାକ୍ତରଖାନା ସୁତ୍ରରୁ ଜଣାପଡିଛି । ରାଜ୍ୟ ବାହାରୁ ନିକଟରେ ଘରକୁ ଫେରିଥିବା ଜିଲ୍ଲାର ବିଭିନ୍ନ ବ୍ଲକ ଅଚଂଳରୁ ଏହି ସନ୍ଦିଗ୍ଧ କରୋନା ଭୂତାଣୁ ରୋଗୀମାନେ ଆସିଥିବା ବେଳେ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ନିଜ ଘର ଭିତରେ ପର୍ଯ୍ୟବେକ୍ଷଣରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା ଜଣାପଡିଛି ।


