ସରକାରୀ ଜମି ଜବରଦଖଲ ଅଭିଯୋଗ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ତହସିଲ ଅଧିନସ୍ଥ ବାଲିବରେଇ ମୌଜାର ଏକ ସରକାରୀ ଜମିକୁ ଜଣେ ବ୍ୟକ୍ତି ଜବରଦଖଲ କରି ବାଡ ଘେରାଉ ôତବାରୁ ସ୍ଥାନୀୟ ଲୋକମାନେ ଏନେଇ ତହସିଲଦାରଙ୍କୁ ଜଣାଇ ତୁରନ୍ତ ଉଚ୍ଛେଦ ପାଇଁ ସରକାରୀ ସ୍ତରରେ ପ୍ରକ୍ରୀୟା ଆରମ୍ଭ କରିବାକୁ ସେମାନେ ନିବେଦନ କରିଛନ୍ତି । ନୁଆଗାଁ ଗ୍ରାମର ନାରାୟଣ ପଣ୍ଡିତ, ନିରଞ୍ଜନ ପଣ୍ଡିତ ପ୍ରମୁଖ କରିଥିବା ଅଭିଯୋଗ ଅନୁଯାଇ ସୋସୋ ବିଦ୍ୟାଧରପୁର ରାସ୍ତା କଡରେ ଖାତା ନଂ ୫୮୯ ପ୍ଲଟ ନଂ-୧୦୯୨ ୧୨ଡିସିମିଲର ଏକ ଦଣ୍ଡା କିସମର ସରକାରୀ ଜମିଅଛି । ଏଥିରେ ଗାଁର ଗୋରୁ ଗାଈ ମଧ୍ୟ ଚରାବୁଲା କରିଥାନ୍ତି । ଏହି ସରକାରୀ ଜମି ମଧ୍ୟଦେଇ ପଛରେ ଥିବା ଜମିମାଲିକ ମାନେ ସେମାନଙ୍କ ହଳବଳଦ, ଟ୍ରାକ୍ଟର ଆଦି ନେଇ ଚାଷବାଷ କରିବାକୁ ଯାଇଥାନ୍ତି । କିନ୍ତୁ ସେହି ନୁଆଗାଁ ଗ୍ରାମର ଜୈନିକ ବ୍ୟକ୍ତି ଏବେ ତାକୁ ତାରବାଡା ଘେରାଉ କରି ଜବରଦଖଲ କରିବା ସହିତ ମାଟିପକାଇ ସମତୁଲ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେଣୁ ତହସିଲ ପ୍ରଶାସନ ତୁରନ୍ତ ଏହି ସରକାରୀ ଜମିରୁ ଜବରଦଖଲ ହଟାଇବା ଲାଗି ସେମାନେ ତହସିଲଦାରଙ୍କ ନିକଟରେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ