ସରକାରୀ ବିହନ ରୁ ହେଲାନି ଧାନ ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ ଚାଷୀ

ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ଜିଲ୍ଲା ଗଂଜାମ ବ୍ଲକର ପୋଇରାଶି ଅଂଚଳର ଚାଷୀକୂଳ ଦୁଃଖରେ ଭାଙ୍ଗିପଡିଛନ୍ତି। ସରକାର ଙ୍କ ଧାନ ବିହନ ଉପରେ ବିଶ୍ୱାସ କରି କୃଷକ ଆଜି ଚିନ୍ତାଗ୍ରସ୍ତ। ଧୋକା ଦେଇଛି ଵିପିଟି ୩୨୯୧ ଧାନ ବିହନ। ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଚାଷୀ ଧାନ ଚାଷ କରିଥିଲା। ପ୍ରାକୃତିକ ବିପର‌୍ୟ୍ୟୟ କୁ ଖାତିର ନକରି ବିଭିନ୍ନ ପ୍ରକାର ଋଣ କରି ଫସଲ କରିବା ପାଇଁ ଅଣ୍ଟା ଭିଡି ଥିଲା। ଏଥି ପାଈଁ ସରକାର ଙ୍କ କୃଷି ବିଭାଗ ରୁ ମିଳୁଥିବା ଧାନ ବିହନ ଉପରେ ଦୃଢ ବିଶ୍ୱାସ କରିଥିଲା। କାରଣ ସରକାର ଙ୍କ ତରଫରୁ ମିଳୁଥିବା ବିହନ ଅତି ଉକୃଷ୍ଠ ଓ ଉନ୍ନତ ମାନର ହୋଇଥାଏ। ତେଣୁ ନିଶ୍ଚିତ ଭାବେ ଭଲ ଫସଲ ଅମଳ ହେବାର ଆଶା ନେଇ ଜମିରେ ସମସ୍ତ ପ୍ରକାର ଆବଶ୍ୟକୀୟ ଖତ ଓ ସାର ବ୍ୟବହାର କରି ଧାନ ଅମଳ ସମୟ କୁ ଅପେକ୍ଷା କରିଥିଲା। କିନ୍ତୁ ସବୁ ଥର ପରି ଏଥର ମଧ୍ୟ କ୍ଷତି ସହିଵାର ଚିନ୍ତାରେ ମୁଣ୍ଡ ରେ ହାତ ଦେଇ ବସିଛି। ସବୁ ଥର ପ୍ରାକୃତିକ ବିପର‌୍ୟ୍ୟୟ ଚାଷୀ କୁ ହତାଶ କରିବା ବେଳେ ଏବର୍ଷ ସରକାରୀ ବିହନ ଧୋକା ଦେଇଦେଲା ଠିକଣା ବେଳେ। ଗଞ୍ଜାମ ବ୍ଲକ୍ ର ପୋଇରାଶି ଅଂଚଳ ର ତାରିଣୀ ପଲ୍ଲୀ, ବଡ଼ ରାମଚନ୍ଦ୍ର ପୁର ଓ ପୋଇରାଶି ଗ୍ରାମର ଅଧିକାଂଶ ଚାଷୀ ବିପିଟି ୩୨୯୧ କିସମ ବିହନ ଉପରେ ଭରସା କରି ଠିକ୍ ସମୟ ରେ ଚାଷ କରିଥିଲା। ଫସଲ ସମସ୍ତ ପ୍ରକାର ଠିକ୍ ଠାକ୍ ଥିଲା ଫସଲ ମଧ୍ୟ ପୁର୍ବ ବର୍ଷ ଠାରୁ ଭଲ ଥିଲା। ଚାଷୀମାନେ ଭାବିଥିଲେ ଯାହାହେଉ ନୂଆଁ ବିହନ ଦ୍ୱାରା ଅଧିକ ଫସଲ ଅମଳ ହେବ, ଋଣ ସୁଜି ଯିବ। କିନ୍ତୁ ବର୍ତମାନ ଧାନ ହେବା ପାଈଁ ଧରୁଥିବା ଶିସା ଧାନ ନହେଇ ଅଗାଡ଼ି ହେଇଯାଉଛି ଯାହା ଫଳରେ ଚାଷୀ ପ୍ରବଳ କ୍ଷତି ସହିବ ଏପରିକି ନିଜ ପରିବାର ପାଈଁ ଖାଇବାକୁ ମଧ୍ୟ ଚାଷୀ ଧାନ ରଖିପାରିବ ନାହିଁ ଏହା ଚାଷୀ କୂଳ ର ମେରୁଦଣ୍ଡ ଭାଙ୍ଗିଦେବ ବୋଲି ବହୁ ଚାଷୀ ଦୁଃଖରେ ପ୍ରକାଶ କରିଛନ୍ତି। ଏଥି ପାଈଁ ସ୍ଥାନୀୟ ସୋସାଇଟି ସମ୍ପାଦକ ଓ ଗଞ୍ଜାମ ବ୍ଲକ୍ କୃଷି ଅଧିକାରୀ ଙ୍କୁ ଅବଗତ କରାଯାଉଥିଲା। କୃଷି ଅଧିକାରୀ ଏକ ପ୍ରକାର ପୋକ ଯୋଗୁ ଏଭଳି ସମସ୍ୟା ହେଇଛି ଓ କ୍ଷତି ପୁରଣ ପାଈଁ କୌଣସି ବ୍ୟବସ୍ଥା ନାହିଁ ବୋଲି ପ୍ରକାଶ କରିଛନ୍ତି। ଏଥିରେ ଚାଷୀ ମାନେ ସଂପୂର୍ଣ୍ଣ ହତାଶ ହୋଇପଡିଛାନ୍ତି। ଚାଷୀ ର କିଛି ଦୋଷ ନଥାଇ କାହିଁକି ସେ କ୍ଷତି ଭରଣା କରିବ ତେଣୁ ଚାଷୀ ଙ୍କ କ୍ଷତି ପୁରଣ ପାଈଁ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଭେଟି ଅବଗତ କରାଯିବ ବୋଲି ୟୁଥ୍ ଫର୍ ଭିଲେଜ୍ ପ୍ରତିଷ୍ଠାତା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ