ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ କଲା ୟୁଥ୍ ଫର୍ ଭିଲେଜ୍

ଗଞ୍ଜାମ:,( ଯୁଗାବ୍ଦ ନ୍ୟୁଜ୍‌): ଚଳିତ ବର୍ଷ ପରିବେଶ ପ୍ରଦୂଷଣ ରୋକିବା ନିମନ୍ତେ ପାରମ୍ପରିକ ରୀତି ରେ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ କରିଛି ପୋଇରାଶି ଅଂଚଳ ର ଅଗ୍ରଣୀ ସ୍ବେଛାସେବୀ ସଂଘଠନ ୟୁଥ୍ ଫର୍ ଭିଲେଜ୍। ପରିବେଶ କୁ ଭଲ ପାଉଥିବା ଯୁବ ଗୋଷ୍ଠି ଦୀପାବଳି ରେ ହେଉଥିବା ବାଣ ଓ ବିଭିନ୍ନ ରାସାୟନିକ ପଦାର୍ଥ ଦ୍ୱାରା ପରିବେଶର ବାୟୁ ଓ ଶବ୍ଦ ପ୍ରଦୂଷଣ ସାଙ୍ଗ କୁ ପଶୁପକ୍ଷୀଙ୍କ ଜନ ଜୀବନ ନଷ୍ଟ ନହେବା ପାଈଁ ଜନସାଧାରଣ ଙ୍କୁ ସଚେତନ କରିଆସୁଛି। ଏ ବର୍ଷ ମଧ୍ୟ ପାରମ୍ପରିକ ଦୀପ ରେ ଭାରତ ମାନଚିତ୍ର କରି ଦୀପ ପ୍ରଜ୍ୱଳନ କରି ସଙ୍ଗଠନ ର ପ୍ରତିଷ୍ଠାତା ଡି ଦେବହରିରେଡି, କୋଷାଧ୍ୟକ୍ଷ ମୋଚିରାମ ବେହେରା, ଗଗନ ସାହୁ, ଅଶୋକ ବେହେରା, ସୁନୀଲ ସେଠୀ ଓ କୈଳାସ ସେଠୀ ପ୍ରମୁଖଙ୍କ ନେତୃତ୍ୱ ରେ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ କରିଛି। ଏଥିରେ ସିକ୍ଷାବିତ୍ ରବୀନ୍ଦ୍ର ଗୋୖଡ଼,ପୂର୍ଣ୍ଣ ଚନ୍ଦ୍ର ଗୌଡ଼, ଭାରତୀୟ ସେନାବାହିନୀ ର ଚିରଞ୍ଜିବି ବେହେରା, ଡି ପବିତ୍ର ରେଡି, ବୁଲୁ ବେହେରା, ଆର ପଦ୍ମ ଚରଣ ରେଡି, କାଳିଆ ବେହେରାସଂଘ ର ସୀମାଞ୍ଚଳ ମହାପାତ୍ର,ପି ଡମ୍ବରୁ, ବି ଦେବାଶିଷ, ବି ତୋଫାନ, କବିରାଜ, ସୁଧୀର, ପ୍ରଶାନ୍ତ, ନିଳାଞ୍ଚଳ, ନିରାକାର,ମାଗୁଣୀ,ରମେଶ, ପଦ୍ମଚରଣ, ଦୀପକ ଏବଂ ପ୍ରଦୀପ ସମେତ ବହୁ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ