ସରକାରୀ ଯୋଜନାରୁ ବଞ୍ଚିତ ମହାଜନଙ୍କ ପରିବାର;ମରଣ ସହ ସଂଘର୍ଷ କରୁଛି୨ବର୍ଷର ଶିଶୁ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାର ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇଦେବାଲାଗି ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା ଯୋଜନା, ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ହେଲେ ଏସବୁ ଯୋଜନାର ସୁଫଳ ଗ୍ରାମାଞ୍ଚଳରେ ଥିବା ଗରିବ ଗୁରୁବା ନିକଟରେ ପହଞ୍ଚିପାରୁନି । ଫଳରେ ଅର୍ଥ ଅଭାବରୁ ଉନ୍ନତ ଚିକିତ୍ସା ସେବା ନପାଇ ଏବେ ୨ବର୍ଷର ନିଷ୍ପାପ ଶିଶୁଟି ବଞ୍ଚିବା ପାଇଁ ସଂଘର୍ଷ କରୁଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ଜି.ଉଦୟଗିରି ବ୍ଲକର  ତାଲାରିମାହା ଗ୍ରାମରେ । ଶିଶୁଟି କେବଳ ଶେଜରେ ଦିନରାତି ଶୋଇ ରହୁଛି । ନିଜେ ଛିଡା ହୋଇପାରୁନି କି ବସି ବି ପାରୁନି, କିଛି କଥାବି କହିପାରୁନି । ବେଳେ ବେଳେ ରାହାଧରି କାନ୍ଦୁଛି । ତାଲାରିମାହା ଗ୍ରାମର ମହାଜନ ଚନ୍ଦନଙ୍କ ଦୁଇ ବର୍ଷର ପୁଅ ରୁଷି ଚନ୍ଦନ ଜନ୍ମ ହେବାବେଳେ ଠିକ୍‌ଠାକ୍‌ ଥିଲା, ତାପରେ କଣ ହେଲା କେଜାଣି ଋଷିର ହାତ ଗୋଡ଼ ସରୁ ହୋଇଗଲା ଫଳରେ ସେ ଏବେ ଆଉ ଚାଲି ପାରୁନି କି ବସିପାରୁନି କେବଳ ଶୋଇ ରହୁଛି । ଦିନମଜୁରି କରି ପରିବାର ପୋଷୁଥିବା ବାପା ମହାଜନଙ୍କ ପାଖରେ ଯାହାକିଛି ଟଙ୍କା ପଇସା ଥିଲା ସେସବୁ ପୁଅର ଚିକିତ୍ସାରେ ସରିଗଲା । ଏବେ ଆଉ ସମ୍ବଳ ବୋଲି କିଛି ନାହିଁ ତାଙ୍କର ପୁଅର ଏଭଳି ଅବସ୍ତା ଦେଖି ଦୁଃଖରେ ଭାଙ୍ଗି ପଡିଛନ୍ତି ଋଷିର ବାପା ମା । ପୁଅର ସ୍ୱାସ୍ଥ୍ୟରେ ଉନ୍ନତି ଚିକିତ୍ସା ପାଇଁ ଗ୍ରାମବାସୀ ମଧ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ସରକାର ସହାୟତା ମିଳିଲେ ଋଷି ସୁସ୍ଥ ହୋଇ ସ୍ୱାଭାବିକ ଜୀବନ ଜୀଇପାରନ୍ତା ବୋଲି କହିଛନ୍ତି ଗ୍ରାମବାସୀ । ସରକାର ଦୁଇ ବର୍ଷର ଏହି ନିଷ୍ପାପ ଶିଶୁଟିର ମାଗଣା ଚିକିତ୍ସା ବ୍ୟବସ୍ଥା କରାଇଦେଲେ ଦୁଃଖରେ ଭାଙ୍ଗି ପଡ଼ିଥିବା ବାପା ମା ଙ୍କ ମୁହଁରେ ଟିକେ ହସ ଫୁଟିପାରନ୍ତା ଓ ପିଲାଟି ଏହି ଦୁଃଖ କଷ୍ଟରୁ ମୁକ୍ତି ପାଇପାରନ୍ତା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ