ବହଳଦା ଶିକ୍ଷକ ସଂଘ ପକ୍ଷରୁ ମୃତ ଶିକ୍ଷୟତ୍ରୀ ପରିବାରକୁ ୫୧,୦୦୦ ଟଙ୍କାର ଅର୍ଥରାଶି ସହାୟତା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):କରୋନା ମହାମାରୀ ସମୟରେ ମୟୂରଭଂଜ ଜିଲ୍ଲାର ବହଳଦା ବ୍ଲକର ମଡିକେଡମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ ବର୍ଷ ହେଲା ଚାକିରୀ କରି ଆସୁଥିବା ବହୁଭାଷୀ ଶିକ୍ଷୟତ୍ରୀ ସିନଗୋ ହେମ୍ବ୍ରମଙ୍କର ଦେହାନ୍ତ ହୋଇଥିଲା । ସରକାରଙ୍କ ତରଫରୁ କୌଣସି ଆର୍ଥିକ ସହାୟତା ମିଳି ନ ଥିଲା । ତାଙ୍କର ପରିବାର ବହୁତ ଆର୍ଥିକ ଅନାଟନ ଦେଇ ଗତି କରୁଥିଲେ । ସେଥିପାଇଁ ବ୍ଲକ ସିଆରସିସି ଅଶୋକ ବେହେରାଙ୍କ ସାଧୁ ଉଦ୍ୟମରେ ବହଳଦା ପ୍ରାଥମିକ ଶିକ୍ଷକ ସଂଗଠନରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ୫୧,୦୦୦ ଟଙ୍କା ସଂଗ୍ରହ କରିଥିଲେ । ଏହି ଅର୍ଥ ରାଶିକୁ ସିନଗୋ ଦିଦିଙ୍କ କନ୍ୟା ଦୁର୍ଗା ହେମ୍ବ୍ରମଙ୍କ ନାମରେ ଫିକ୍ସ ଡିପୋଜିଟ କରାଯାଇଥିଲା । ସୋମବାର ଦିନ ବ୍ଲକ ସଂଘ ସଭାପତି ଶିବାନନ୍ଦ ମହାନ୍ତ, ସଂପାଦକ ନଳିନୀକାନ୍ତ ବେହେରା,ସୁବ୍ରତ ଦଳେଇ, ଅଶୋକ ବେହେରା, ଜଗନ୍ନାଥ ପାତ୍ର ପ୍ରମୁଖ ମୃତକଙ୍କ ପରିବାରକୁ ସେହି ଅର୍ଥ ରାଶିର ଫିକ୍ସିଂରେ ଡିପୋଜିଟ ଦସ୍ତାବିଜକୁ ପ୍ରଦାନ କରିଥିଲେ । ବହଳଦା ଶିକ୍ଷକ ସଂଘର ଏହି ସାଧୁ ଉଦ୍ୟମକୁ ସମସ୍ତ ଶିକ୍ଷକ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ