ସରସଦା ରେ ନିରାଡମ୍ବର ଦୁର୍ଗାପୂଜା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):-କୋରନା କଟକଣା ପାଇଁ ଭଣ୍ଡାରିପୋଖରୀ ବ୍ଲକ ସରସଦା ଠାରେ ଏଥର ନିରାଡମ୍ବର ଭାବେ ଦୁର୍ଗାପୂଜା ଅନୁଷ୍ଠିତ ହେବ। ସରକାର ଓ ଜିଲ୍ଲା ପ୍ରଶାସନର କୋଭିଡ ଆଇନ ଅନୁଯାୟୀ ବୈଦିକ ମତେ ମା’ ଙ୍କ ପୂଜା ଉତ୍ସବ ଆୟୋଜନ ହେବା ସହ ପୂଜା ମଣ୍ଡପ ଠାରେ କେବଳ ପୂଜକ ଓ ସଂକଳ୍ପ କର୍ତାଙ୍କୁ ମିଶାଇ ମୋଟ ୫ରୁ ୭ଜଣ ଉପସ୍ଥିତ ରହିବେ ବୋଲି ପୂଜା କମିଟି ସୂଚନା ଦେଇଛନ୍ତି ।ଏ ସମ୍ପର୍କରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇ ସମସ୍ତ ନିଷ୍ପତି ଗ୍ରହଣ କରାଯାଇଛି। ବୈଠକରେ ଅଶୋକ ନାୟକ, ସୁବାସ ନନ୍ଦ , ବୁଦ୍ଧିରାମ ସ୍ବାଇଁ, ପଦ୍ନାଭ ପ୍ରଧାନ, ପ୍ରଦ୍ୟୁମ୍ନ ନନ୍ଦ ଵିକାଶ ସ୍ବାଇଁ, ଦୁର୍ଯ୍ୟୋଧନ ଲେଙ୍କା, ଜୟପ୍ରକାଶ ସ୍ବାଇଁ, କୁଳମଣି ପରିଡା, ଶ୍ରୀଧର ସେଠି, ଗୋକୁଳି ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥଲେ ।


