କେନ୍ଦ୍ରାପଡା ଜିଲ୍ଲାର ଶ୍ରମିକମାନଙ୍କର ବିଭିନ୍ନ ଦାବୀ ସମ୍ପର୍କରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ଡିଭିଜନାଲ ଶ୍ରମ କମିଶନରଙ୍କୁ ଦାବୀପତ୍ର ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲାର ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବୁଧବାର ଡିଭିଜନାଲ ଶ୍ରମ କମିଶନରଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ରାଜ୍ୟ ସହ ସମ୍ପାଦକ ନଳିନୀକାନ୍ତ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ୭ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀ ଗୁଡିକ ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବାସୀ ଶ୍ରମିକମାନଙ୍କୁ ନିର୍ମାଣ ଶ୍ରମିକ ପଞ୍ଜିକରଣ କାର୍ଡ ଦେବା ପାଇଁ ନିଷ୍ପତି ହୋଇଥିଲେ ମଧ୍ୟ କେନ୍ଦ୍ରାପଡା ଜିଲ୍ଲାରେ ତାହା ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହୋଇପାରିନଥିବାରୁ ସେଥିପାଇଁ ପ୍ରତି ବ୍ଲକରେ ଦିନଧାର୍ଯ୍ୟ କରି ଆର.ଏଲ.ଆଇ.ମାନଙ୍କ ତତ୍ୱାବଧାନରେ ନିର୍ମାଣ ଶ୍ରମିକ ପଞ୍ଜିକରଣ ଦରଖାସ୍ତ ପୁରଣ କରାଯାଇ ସେମାନଙ୍କୁ ତୁରନ୍ତ କାର୍ଡ ପ୍ରଦାନ କରାଯିବା,ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରିକୃତ କାର୍ଡଧାରୀମାନଙ୍କୁ କୋଭିଡ ସହାୟତା ବାବଦ ୧୫୦୦ଟଙ୍କା ପାଇବାରୁ ଅଧିକାଂଶ ପଞ୍ଜିକୃତ ନିର୍ମାଣ ଶ୍ରମିକ ବଂଚିତ ହୋଇଥିବାରୁ ତୁରନ୍ତ କାର୍ଡଧାରୀମାନଙ୍କୁ ସେହି ସହାୟତା ବ୍ୟାଙ୍କ ପାସବହି ଜରିଆରେ ପ୍ରଦାନ କରାଯିବା ସହ କୋଭିଡ ସହାୟତାର ଦ୍ୱିତୀୟ କିସ୍ତି ପ୍ରଦାନର ବ୍ୟବସ୍ଥା କରାଯିବା,ନିର୍ମାଣ ଶ୍ରମିକମାନଙ୍କର ପଞ୍ଜିକରଣକୁ ତ୍ୱରାନ୍ୱିତ କରି ତୁରନ୍ତ କାର୍ଡ ପ୍ରଦାନ କରାଯିବା ଓ ନିର୍ମାଣ ଶ୍ରମିକମାନଙ୍କ ବାର୍ଷିକ ନବୀକରଣକୁ ଉଛେଦ କରାଯାଉ,ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପତ୍ର ସଂଖ୍ୟା ୨୮୯୧୫ ତା ୬.୧୦.୨୦୧୨ ଅନୁଯାଇ ୧୯୯୯ଜଣ ପୈାରସଂସ୍ଥାର ଡି.ଏଲ.ଆର.ଏସ. ଓ ଏନ.ଏମ.ଆର.ଏସ.ଶ୍ରମିକଙ୍କୁ ୱାର୍କଚାର୍ଯ୍ୟରେ ପଦୋନ୍ନତି ପ୍ରଦାନ କରାଯାଇଥିଲେ ମଧ୍ୟ କେନ୍ଦ୍ରାପଡା ପୈାରସଂସ୍ଥାର ଆଜି ପର୍ଯ୍ୟନ୍ତ ୧୯୯୩ମସିହାରେ ୫୦ଜଣ ଅସ୍ଥାୟୀ ଶ୍ରମିକଙ୍କୁ ପଦୋନ୍ନତି ଦିଆଯାଇନାହିଁ । ଏସମ୍ପର୍କରେ ତତକାଳୀନ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପକ୍ଷରୁ ପରିଚୟପତ୍ର ଦେବା ପାଇଁ ସେମାନଙ୍କୁ ଚିହ୍ନଟ କରାଯାଇନାହିଁ । କେନ୍ଦ୍ରାପଡା ଜିଲ୍ଲାରେ ୧୦ହଜାରରୁ ଉର୍ଦ୍ଧ୍ୱ ବିଡି ଶ୍ରମିକ ଥିଲେ ମଧ୍ୟ ସେମାନଙ୍କୁ ବିଡି ଶ୍ରମିକ ପରିଚୟପତ୍ର ଦିଆଯାଇନାହିଁ କିମ୍ବା ସେମାନଙ୍କୁ ଗୃହ ନିର୍ମାଣ ପାଇଁ କେନ୍ଦ୍ରୀୟ ସହାୟତାର ବ୍ୟବସ୍ଥା କରାଯାଉ,ବିଡି ଶ୍ରମିକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରଖାନାର ବ୍ୟବସ୍ଥା କରାଯିବା ପାଇଁ ଜିଲ୍ଲା ଶ୍ରମ ବିଭାଗ କେନ୍ଦ୍ର ସରକାରଙ୍କୁ ଅବଗତ କରାନ୍ତୁ ପ୍ରଭୃତି ଦାବୀ ରହିଛି । ଦାବୀପତ୍ର ପ୍ରଦାନ ସମୟରେ ଶତୃଘ୍ନ ସ୍ୱାଇଁ,ମୂରଲୀଧର ଦାସ,ଅର୍ଜ୍ଜୁନୀ ନାୟକ,ସୁବାଷ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଶ୍ରମିକ ନେତାମାନେ ଉପସ୍ଥିତ ଥିଲେ । ଡିଭିଜନାଲ ଶ୍ରମ କମିଶନରଙ୍କ ସହିତ ଆଲୋଚନା ବେଳେ ପୈାରାଚଂଳର ବିଡି ଶ୍ରମିକମାନଙ୍କ ଦାବୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହିଦାବୀପତ୍ରର ନକଲ ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ,ବିଜୁ ଶ୍ରମିକ ସାମ୍ମୁଖ୍ୟର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାସଂଦ ସୁବାଷ ସିଂ,କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଓ ରାଜ୍ୟ ଶ୍ରମ କମିଶନରଙ୍କୁ ପ୍ରଦାନ କରାଯାଇଥିବା ସାମ୍ମୁଖ୍ୟ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ