ସର୍ପାଘାତରେ ଅଙ୍ଗନବାଡ଼ି ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ସ୍ଥିତ ବିଶୋଇ ବ୍ଲକ ଅଞ୍ଚଳର ଜଣେ ଅଙ୍ଗନବାଡ଼ି ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟ ଅଙ୍ଗନବାଡ଼ି ଦିଦି ଜଣକ ହେଲେ ବାଙ୍କୀ ଛକ ନିକଟସ୍ଥ ଗ୍ରାମର ୩୨ ବର୍ଷିୟା ସାଲଗେ ସୋରେନ୍। ସୂଚନା ମୁତାବକ ସାଲଗେ ଗତ ସୋମବାର ରାତିରେ ନିଜ ଘରେ ଶୋଇଥିବା ଅବସ୍ଥାରେ ତାଙ୍କ ଶୋଇବା ବିଛଣା ର ତକିଆ ତଳେ ଥିବା ଏକ ବିଷଧର ପାହାଡ଼ିଆ ଚିତି ସାପ ସାଲଗେ ର ହାତ ପାପୁଲିରେ ଦଂଶନ କରିଥିଲା ଫଳରେ ସାଲେଗେ ଶୋଇବା ଅବସ୍ଥାରେ ହଠାତ୍ ଚିତ୍କାର କରି ଉଠିଥିଲା, ଚିତ୍କାର ଶୁଣି ତାଙ୍କ ସ୍ଵାମୀ ଜିତେନ୍ଦ୍ର ନାଥ ସୋରେନ୍ ଉଠି ପଡ଼ି ଦେଖିଲା ବେଳକୁ ସାପକୁ ଦେଖି ପାରି ଥିଲେ।ଏ ବିଷୟରେ ତାଙ୍କ ସ୍ଵାମୀ ଜାଣିଲା ପରେ ପରିବାର ଲୋକଙ୍କ ସହିତ ଝାଡଫୁଙ୍କ କରିଥିଲେ ଓ ପରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ଖାନାରେ ସାଲଗେଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ବିଶୋଇ ଥାନାରେ କେସ ନମ୍ବର ୨୫/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ୍ୟ ଶରୀରକୁ ମଙ୍ଗଳବାର ଦିନ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।ଲୁହାକାନୀ ପଞ୍ଚାୟତ ସ୍ଥିତ କରଞ୍ଜେଇ ଅଙ୍ଗନବାଡ଼ି କେନ୍ଦ୍ରର କାର୍ଯ୍ୟରତ ଶିକ୍ଷୟିତ୍ରୀ ଜଣେ ସୁଦକ୍ଷା ଅଙ୍ଗନବାଡ଼ି କର୍ମୀ ଭାବରେ ଅଞ୍ଚଳରେ ଜଣାଶୁଣା ଥିଲେ। ଆଜି ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବା ପରେ ବିଶୋଇ ବ୍ଲକ ର ସମନ୍ଵିତ ଶିଶୁ ବିକାଶ ଅଧିକାରିଣୀ ଶ୍ରୀମତୀ ସାମଲ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ସେହିପରି ବିଶୋଇ ବ୍ଲକ ଅଙ୍ଗନବାଡ଼ି କର୍ମୀ ସଂଘର ସମସ୍ତ କର୍ମକର୍ତ୍ତା ମାନେ ତାଙ୍କର ଶେଷ ଦର୍ଶନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିି।ଏହା ସହିତ ବାଙ୍କୀ ଅଞ୍ଚଳରେ ଶୋକର ବାତାବରଣ ଖେଳି ଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ