ସର୍ପାଘାତରେ ବୃଦ୍ଧା ମୃତ
ପାତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ପାତ୍ରପୁର ବ୍ଲକ ଜରଡା ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ଜଣେ ବୃଦ୍ଧାଙ୍କୁ ବୁଧବାର ସାପ କାମୁୂଡାରେ ମୃତ ହୋଇଥିବା ଜଣାପଡିଛି ।ମୃତକଙ୍କ ପରିଚୟ ବଡୁ ପ୍ରଧାନ (୮୦) ବୋଲି ଜଣାପଡିଛି । ସେ ରାତିରେ ଘରେ ଶୋଇଥିବା ବେଳେ ଏକ ତାଙ୍କ ଅଜ୍ଞାତ ଅବସ୍ଥାରେ ସାପ କାମୁଡିବାରୂୁ କିଛି ସମୟ ମଧ୍ୟରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନେବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ତାଙ୍କ ପୁତ୍ର ଜରଡା ଥାନାରେ ଲିଖିତ ଭାବରେ ଜଣାଇବା ପରେ ପୋଲିସ ମୃତ ଦେହ ଜବତ କରିବା ସହ ବ୍ରହ୍ମପୁର ବଡ ମେଡିକାଲକୁ ଶବବ୍ୟେବଚ୍ଛେଦ ନିମନ୍ତେ ପଠାଇଛି । ପାତ୍ରପୁର ବ୍ଲକ ଏହି ଅଂଚଳରେ ଗତ ଦୁଇ ମାସ ମଧ୍ୟରେ ସର୍ପାଘାତରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଲୋକମାନଙ୍କ ମଧ୍ୟରେ ଚିନ୍ତାର କାରଣ ପାଲଟିଛି ।


