ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୂର୍ଯ୍ୟ ନ।ର।ୟଣ ପ।ତ୍ର
ଭୁବନେଶ୍ୱର:- ବଜେଟ ଅଧିବେଶନ ପୂର୍ବରୁ ବ।ଚସ୍ପତି ସୂର୍ଯ୍ୟ ନ।ର।ୟଣ ପ।ତ୍ରଙ୍କ ଅଧ୍ୟକ୍ଷତ।ରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯ।ଇଛି । ବୈଠକରେ ସବୁ ଦଳର ବରିଷ୍ଠ ବିଧ।ୟକ ସ।ମିଲ ହୋଇଥିଲେ । ବଜେଟ ଅଧିବେଶନକୁ ସୁରୁଖୁରରେ ଚଳ।ଇବ। ପ।ଇଁ ବ।ଚସ୍ପତି ସବୁ ଦଳର ସହଯୋଗ ଲୋଡିଛନ୍ତି । ଆଉ ସବୁ ଦଳ ଗୃହକ।ର୍ଯ୍ୟରେ ସହଯୋଗ କରିବ।କୁ ପ୍ରତିଶ୍ରୁତି ଦେଇଥିବ। ବ।ଚସ୍ପତି ସୂର୍ଯ୍ୟ ନ।ର।ୟଣ ପ।ତ୍ର କହିଛନ୍ତି । ଆସନ୍ତ।କ।ଲି ମହ।ମହିମ ର।ଜ୍ୟପ।ଳଙ୍କ ଅଭିଭ।ଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ । ଫେବୃୟ।ରୀ ୧୮ରେ ବଜେଟ ଉପସ୍ଥ।ପିତ ହେବ ଓ ବଜେଟ ଉପରେ ସ।ଧ।ରଣ ଆଲୋଚନ। ତିନି ଦିନ ଯ।ଏଁ ଚ।ଲିବ । ବିଭ।ଗୀୟ ସ୍ଥ।ୟୀ କମିଟିମ।ନଙ୍କର ରିପୋର୍ଟ ଉପସ୍ଥ।ପନ ପ।ଇଁ ଗୋଟିଏ ଦିନ ରହିବ । ଅନୁଦ।ନ ନିମନ୍ତେ ଖର୍ଚ୍ଚ ଦ।ବି ପ।ଇଁ ୧୪ ଦିନ କ।ର୍ଯ୍ୟସୂଚୀ ରହିଛି । ବଜେଟ ଅଧିବେଶନ ପ।ଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତ।ରେ ବିଜେଡିର ବିଧ।ୟକ ଦଳ ବୈଠକ ଅନୁଷ୍ଠିତ ହୋଇଯ।ଇଛି ।


