ନଗୁଡୁ ହାଇ ସ୍କୁଲ ଛାତ୍ରୀଙ୍କ ଆଡ଼ମିଟକାର୍ଡ଼ ଆସିଲା

ବୁଗୁଡା -ବୁଗୁଡା ବ୍ଲକ ଅନ୍ତର୍ଗତ ନଗୁଡୁ ସରକାରୀ ନୋଡାଲ ନଟବର ଶିକ୍ଷା ନିକେତନର ଜଣେ ଛାତ୍ରୀଙ୍କ ଆଡମିଟକାର୍ଡ଼ ଆସିନଥିବା ନେଇ କେତକ କଲେଜ ଛାତ୍ର ଓ ଗ୍ରାମବାସୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଖବର ପାଇ ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଖଦାଳ ଖଟେଇ ଓ ବୁଗୁଡା ପ୍ରେସ କ୍ଲବ ସାଧାରଣ ସମ୍ପାଦକ ଅନିଲ କୁମାର ମହାରଣା ଘଟଣା ସ୍ଥଳରେ ପହଞ୍ଚିଥିଲେ। ପ୍ରଧାନ ଶିକ୍ଷକଙ୍କ ଅନୁପସ୍ଥିତିରେ ଜଣେ ଶିକ୍ଷୟିତ୍ରୀ ଅସ୍ଥାୟୀ ଦାୟିତ୍ୱରେ ଥିଲେ। ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ କହିଥିଲେ ଯେ, ସ୍କୁଲକୁ କାହାର ମଧ୍ୟ ଆଡ଼ିମିଟ କାର୍ଡ଼ ଆସିନାହିଁ।ନେଟରୁ ଜଣେ ଛାତ୍ରୀଙ୍କ ଆଡ଼ମିଟ କାର୍ଡ଼ ଆସିନଥିବା ଜାଣିବାପରେ ପ୍ରଧାନ ଶିକ୍ଷକ ଆଜି ଛାତ୍ରୀ ଙ୍କ ଆଡ଼ିମିଟ କାର୍ଡ଼ ଆଣିବାପାଇଁ ବୋର୍ଡ ଅଫିସ ଯାଇଛନ୍ତି। ନଗୁଡୁ ହାଇ ସ୍କୁଲ ଅଫିସରେ ଥିବା ସମୟରେ ପ୍ରଧାନ ଶିକ୍ଷକଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା। ଆଡମିଟ କାର୍ଡ଼ ପାଇଁ ନଗୁଡୁ ସ୍କୁଲରେ ଧାରଣା ଦେଇଥିବା ଶୁଣି ମାଣିତରା ହାଇ ସ୍କୁଲ ପରୀକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷକ ସ୍କୁଲର ବରିଷ୍ଠ କିରାଣୀଙ୍କ ଦ୍ୱାରା ନଗୁଡୁ ହାଇ ସ୍କୁଲକୁ ପିଲାଙ୍କ ଆଡ଼ମିଟ କାର୍ଡ଼ ପଠାଇ ଥିଲେ। ଏଣେ ନଗୁଡୁ ପ୍ରଧାନ ଶିକ୍ଷକ ମଧ୍ୟ ଫୋନ କରି ଯେଉଁ ପିଲାର ଆଡମିଟ କାର୍ଡ଼ ହୋଇନଥିଲା ସେହି ଛାତ୍ରୀ ଜଣଙ୍କ ଆଡ଼ମିଟ କାର୍ଡର କପି ହ୍ଵାଟ୍ସଆପ ଦ୍ବାରା ପଠାଇଥିଲେ। ପ୍ରଶ୍ନ ଉଠୁଛି ପ୍ରଧାନ ଶିକ୍ଷକ ଜଣଙ୍କୁ ଅପମାନିତ କରିବା ପାଇଁ ଏଭଳି କାର୍ଯ୍ୟ ସୃଷ୍ଟି ହୋଇନାହିଁତ ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ