ସର୍ବଭାରତୀୟ ଉଠାଦୋକାନୀ ସମ୍ମିଳନୀରେ ଓଡ଼ିଶାରୁ ପ୍ରତାପ ସାହୁ ସମେତ ୧୬ଜଣ ପ୍ରତିନିଧି ମଣ୍ଡଳୀ ଯୋଗଦେଲେ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜାତୀୟ ଉଠାଦୋକାନୀ ଫେଡ଼େରେସନ (ଏନ୍‌ଏଚ୍‌ଏଫ) ତରଫରୁ ଭାରତର ୨୮ଟି ରାଜ୍ୟର ଉଠାଦୋକାନୀ ପ୍ରତିନିଧି ସମତେ ବାଲାଂଦେଶ, ଫିଲିପାଇନ୍ସ, ନେପାଳ, ଶ୍ରୀଲଙ୍କା ଦେଶର ଉଠାଦୋକାନୀ ପ୍ରତିନିଧି ଯୋଗ ଦେଇଥିଲେ । ଏଥିରେ ଓଡ଼ିଶାର ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ ପ୍ରତିିନିଧି ମିଲନ ପାଇକରାୟ, ବିଏମ୍‌ସର ପୂର୍ବତନ କର୍ପୋରେଟ କୋଦରନାଥ ରାଉତ ଯୋଗ ଦେଇ ଓଡ଼ିଶାରେ ରାଜ୍ୟ ସରକାର କରିଥିବା ଉଠାଦୋକାନୀ ଥଇଥାନ ଯୋଜନା ଭୁବନେଶ୍ୱରରେ ତିଆରି କରାଯାଇଥିବା ଭେଣ୍ଡିଂଜୋନ ସମ୍ବନ୍ଧରେ ବିବରଣୀ ରଖିବା ସହ ମୁକ୍ତା ଯୋଜନାରେ ଉଠାଦୋକାନୀ ସମ୍ବନ୍ଧୀୟ ଆଲୋଚନା କରିଥିଲେ । ଏତଦ୍‌ବ୍ୟତୀତ ରାଜ୍ୟ ଉଠାଦୋକାନୀ ଆଇନରେ ଥିବା ଏକ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଇଜିଏସ୍‌ଏସ୍ କୋର୍ଡ଼ିନେଟର ଅରବିନ ଉନି ପ୍ରତ୍ୟେକ ରାଜ୍ୟର ମାଷ୍ଟର ପ୍ଲାନ ଉପରେ ଆଲୋକପାତ କରିଥିଲେ । ଏନ୍‌ଏଚ୍‌ଏଫ୍‌ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶକ୍ତିମାନ ଘୋଷ ୨୮ଟି ରାଜ୍ୟରେ ଉଠାଦୋକାନୀ ମାନଙ୍କ ସମସ୍ୟା, ସମାଧାନ, ଉଠାଦୋକାନୀ ଆଇନରେ ଥିବା ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋଚନା କରିବା ସହ ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଡ଼ଭୋକେଟ କମଳେଶ କୁମାର ମିଶ୍ର ଯୋଗଦେଇ କହିଲେ ଯେ, ପ୍ରତ୍ୟେକ ରାଜ୍ୟର ରାଜ୍ୟ ସରକାର ତିଆରି କରିଥିବା ରାଜ୍ୟ ଉଠାଦୋକାନୀ ଆଇନ କେନ୍ଦ୍ରୀୟ ଉଠାଦୋକାନୀ ଆଇନର ସାମଞ୍ଜସ୍ୟ ରହୁନାହିଁ । ଓଡ଼ିଶା ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ତଥା କେନ୍ଦ୍ରୀୟ କମିଟିର ଯୁଗ୍ମ ସମ୍ପାଦକ ପ୍ରତାପ କୁମାର ସାହୁ ଓଡ଼ିଶାରେ ତିଆରି କରାଯାଇଥିବା ଭେଣ୍ଡିଂଜୋନ, ଟାଉନ ଭେଣ୍ଡିଂ କମିଟି ଉପରେ ଆଲୋଚନା କରିଥିଲେ । ଏନ୍‌ଏଚ୍‌ଏଫର ମ୍ୟାକେନ ଧାବଡ଼େ, ସମ୍ପାଦକ ଜୟନ୍ତ ଦାସ, ଅନୁଜ ପ୍ରଧାନ, ନିରଞ୍ଜନ ପାଣ୍ଡେ, ସତ୍ୟପ୍ରକାଶ ମହାପାତ୍ର, ସୁଦର୍ଶନ ପୃଷ୍ଟି, ସୁରେଶ ପଟ୍ଟନାୟକ, ଅନୁ ମିଶ୍ର, ଶୁଭଲକ୍ଷ୍ମୀ ମହାନ୍ତି, ଦୀପାଞ୍ଜଳି ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ନଭେମ୍ବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଞ୍ôଚର ଭେଣ୍ଡର୍ସ ମାର୍କେଟରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟରେ ତିଆରି କରାଯାଇଥିବା ଭେଣ୍ଡିଂଜୋନ ଗୁଡ଼ିକୁ ସାରା ଭାରତରୁ ଆସିଥିବା ପ୍ରତିନିଧିମାନ ବୁଲି ଦେଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ