ସର୍ବଭାରତୀୟ ଧର୍ମଘଟକୁ ସମର୍ଥନ ଜଣାଇଲା ଓଡ଼ିଶା ନିର୍ମାଣ ଶ୍ରମିକ ଫେଡ଼େରେସନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଶ୍ରମ ବିରୋଧୀ ଶ୍ରମ ଆଇନ୍ ପ୍ରତ୍ୟାହାର, କୃଷକ ବିରୋଧୀ କୃଷି ଆଇନ୍‌ର ପ୍ରତ୍ୟାହାର, ଦରଦାମ୍ ନିୟନ୍ତ୍ରଣ ଓ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ କରିବା, ସଂଖ୍ୟାଲଘୁ ଓ ଦଳିତମାନଙ୍କ ଉପରେ ନିର୍ଯ୍ୟାତନା ବନ୍ଦ, ସମସ୍ତଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଆଦି ଦାବିରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ତରଫରୁ ଆସନ୍ତା ୨୬ ନଭେମ୍ବର ସାଧାରଣ ଧର୍ମଘଟକୁ ସମର୍ଥନ ଜଣାଇ ସାମିଲ ହୋଇଛି ଓଡ଼ିଶା ନିର୍ମାଣ ଶ୍ରମିକ ଫେଡେରେସନ । ଆଜି ଉତ୍କଳ ସାମ୍ବାଦିକ ସଂଘ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳୀନରେ ଫେଡ଼େରେସନ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି ।ଦେଶର କୋଟି କୋଟି ଶ୍ରମିକଙ୍କ ଆନ୍ଦୋଳନ ମାଧ୍ୟମରେ ଅର୍ଜିତ ଆଇନ୍‌ଗତ ଅଧିକାରକୁ ଲୋପ୍ କରି କ୍ରୀତଦାସରେ ପରିଣତ କରିବାକୁ ଉଦ୍ୟମ ହୋଇଛି । ୪୦ଟି ଶ୍ରମ ଆଇନ୍‌କୁ ବାତିଲ କରି ୪ଟି ଶ୍ରମ କୋର୍ଡ଼ରେ ପରିଣତ କରିବା ଯୋଗୁ ଦେଶରେ ୯୦ ପ୍ରତିଶତ ଶ୍ରମିକ ଆଇନ୍‌ଗତ ସୁରକ୍ଷା ଓ ଅଧିକାରରୁ ବଞ୍ôଚତ ହେବେ । ଦେଶୀ ବିଦେଶୀ ପୁଞ୍ଜିପତିଙ୍କ ମୁନାଫା ବଢାଇବା ସହିତ ଶ୍ରମିକମାନଙ୍କ ଅଧିକାରକୁ ଲୋପ୍ କରିବା ହେଉଛି ଏହି ଲେବର କୋର୍ଡ଼ର ଲକ୍ଷ୍ୟ । ଦେଶବାସୀଙ୍କ ଟିକସ ଅର୍ଥରେ ଗଢି ଉଠିଥିବା ସମସ୍ତ ରାଷ୍ଟ୍ରୀୟ ଉଦ୍ୟୋଗ, ବ୍ୟାଙ୍କ, ବୀମା, ରେଳବାଇ, ପ୍ରତିରକ୍ଷା ଉତ୍ପାଦନ, କୋଇଲାଖଣି, ବିଦ୍ୟୁତ୍‌, ତୈଳ, ପୋତାଶ୍ରୟ ଆଦିକୁ ଘରୋଇ ଶିଳ୍ପପତିମାନଙ୍କୁ ବିକ୍ରିକରି ଚାଲିଛି । ବିଗତ ୬୦ ବର୍ଷ ଧରି ଗଢି ଉଠିଥିବା ରାଷ୍ଟ୍ରୀୟ ଅର୍ଥନୀତିକୁ ମାତ୍ର ଛଅବର୍ଷରେ ଲୋପ୍ କରିଦେଇଛି ବିଜେପି ସରକାର । ଯୋଜନା କମିଶନକୁ ଭାଙ୍ଗି ନୀତି ଆୟୋଗ ଗଠନ କରି ରାଷ୍ଟ୍ରୀୟ ଉଦ୍ୟୋଗର ବିଲୋପ ପାଇଁ ଜଘନ୍ୟ ପରିକଳ୍ପନା କରିଛି ମୋଦି ସରକାର । କେନ୍ଦ୍ରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼କୁ ପରୋକ୍ଷରେ ଭାଙ୍ଗିଦେବା ପାଇଁ କେନ୍ଦ୍ର ସରକାର ଚଳାଇଥିବା ଷଡ଼ଯନ୍ତ୍ରକୁ ଓଡ଼ିଶା ନିର୍ମାଣ ଶ୍ରମିକ ଫେଡ଼େରେସନ ପକ୍ଷରୁ ବିରୋଧ କରାଯାଇଛି । ତତ୍ ସଙ୍ଗେ ସଙ୍ଗେ ଓଡ଼ିଶାର କୋଭିଡ଼-୧୯, ନିର୍ମାଣ ଶ୍ରମିକ ସହାୟତା ରାଶି ପ୍ରାୟ ୪ ଲକ୍ଷ ଶ୍ରମିକ ଏପର୍ଯ୍ୟନ୍ତ ପାଇନାହାଁନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି ।ଆମ ଦେଶରେ ପ୍ରାୟ ଦଶଲକ୍ଷ ଲୋକ ବେରୋଜଗାର ଶ୍ରମିକମାନେ ପ୍ରତି ମାସରେ ଶ୍ରମ ବଜାରକୁ ପ୍ରବେଶ କରୁଛନ୍ତି । ସେମାନଙ୍କୁ ନିଯୁକ୍ତି ବା ରୋଜଗାର ଦେବାକୁ ଏ ସରକାର ପ୍ରତ୍ୟାଖ୍ୟାନ କରିଛି । ଏସବୁର ପ୍ରତିବାଦରେ ଫେଡ଼େରେସନ ୨୬ ନଭେମ୍ବର ହେବାକୁ ଥିବା ଦେଶବ୍ୟାପୀ ଧର୍ମଘଟରେ ସାମିଲ୍ ହେବ ବୋଲି ଫେଡ଼େରେସନର ସଭାପତି ସୁରେଶ ଚନ୍ଦ୍ର ରାଉତରାୟଙ୍କ ନେତୃତ୍ୱରେ ପ୍ରଦୀପ ମହାନ୍ତି, ଭାଗିରଥୀ ସେନାପତି, ପଞ୍ଚାନନ ମହାରଣା, ବିରଞ୍ôଚ ବିଶ୍ୱାଳ, ସୁନୀଲ ଗୌଡ଼, ମନୋରଞ୍ଜନ ସାହୁ, ସଞ୍ଜୀବ କୁମାର ମହାନ୍ତି, ମାନସ ଦାସ, ଇନ୍ଦ୍ରମଣି ଜେନା, ରାଧାମୋହନ ସାହୁ, ପରମାନନ୍ଦ ବେହେରା ପ୍ରମୁଖ ସାମ୍ବଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ