ଟ୍ରାକ୍ଟର ମାଲିକ ଓ ଶ୍ରମିକ ସଂଘ ପକ୍ଷରୁ ଲିଜ ଧାରୀଙ୍କ ଶୋଷଣ ପ୍ରଶାସନର ମାତ୍ରାଧିକ ଜୋରି ମାନାକୁ ବିରୋଧ

ସାନଖେମୁଣ୍ଡି,(ପଦ୍ମମାଲୋଚନ ପାଣିଗ୍ରାହୀ): କୋରନା ର କରାଳ ଗତିରେ ସାଧାରଣ ଜନତା ପେଶୀ ହୋଇଛନ୍ତି | ଜୀବନ ଜୀବିକା ବଞ୍ଚେଇବାକୁ ସଂଘର୍ଷ ଦୀର୍ଘ ଦିନ ଲକଡାଉନ ସଟଡାଉନ ରେ ଘର ଚଲାଇବା ମୁସ୍କିଲ ହୋଇଥିବା ବେଳେ ବର୍ତ୍ତମାନ କଟକଣା ଉଠିଥିବା ପରେ କାମ ଧନ୍ଦା କରିବା ପାଇଁ ଡହଳ ବିକଳ,ଶ୍ରମୀକିଆ ଦିନ ମଜୁରୀ ମାନେ ଏଭଳି ସ୍ଥଳେ ପୋଡାମାରି ଅଞ୍ଚଳର ଟ୍ରାକ୍ଟର ୨୦୦ ରୁ ଉର୍ଦ୍ଧ ରହିଛି ଯାହାକି ଘରୋଇ କାମ ପାଇଁ ଇଟା, ବାଲି, ପଥର,ଗୋଡି, ମୋରୁମ ବୋଝେଇ କରି ଟ୍ରକ ମାଲିକଙ୍କ ସହ ୮୦୦ ଦିନ ମଜୁରିଆ କାମ କରନ୍ତି | ଏହି କାମରୁ ସେମାନେ ଯାହା ପାଆନ୍ତି ସେଥିରେ ସେମାନେ ନିଜର ପରିବାର ପରିପୋଷଣ କରନ୍ତି | ହେହେ ଖଣି ଖାଦନ ହୋଇଥିବା ଲିଜ ଧାରୀଙ୍କ ଠାରୁ ଟଙ୍କା ଆଦାୟ କରୁଛନ୍ତି | ୱାଇ ଫର୍ମ ଦେଉନାହାନ୍ତି | ଯାହା ଫଳରେ ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ଅଟକାଇ ୧୦/୧୫ ହଜାର ଟଙ୍କା ଆଦାୟ କରାଯାଉଛି | ଯାହା ଫଳରେ ଟ୍ରାକ୍ଟର ଚଲାଇ ପରିବାର ପରିପୋଷଣ କରିବା ସମ୍ଭବ ହେଉନାହିଁ | ଏହିପରି ପୋଷଣର ଶିକାର ହେଉଥିବା ଶ୍ରମିକ ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ସାନଖେମୁଣ୍ଡି ତହସିଲଦାର ଡଃ.ଶ୍ରୀନିବାସ ବେହେରାଙ୍କୁ ଏକ ଦାବି ପତ୍ର ପ୍ରାର୍ଥନା କରିଛନ୍ତି | ସେଥିରେ ଉଲ୍ଲେଖ କରାଯାଇଛି ମନଇଚ୍ଛା ଜୋରିମାନା ଆଦାୟ କରିବା ଯୋଗୁ ପ୍ରଶାସନିକ ଆଦାୟ ଜୀବନ ଜୀବିକା ଦୋହଲାଇ ଦେଇଛି | ଏଣୁ ଏହାର ସୁଵିଚାର କରି ଖଣି ଖାଦାନ ଲିଜ ହୋଇଥିବା ଚିହ୍ନଟ କରି ଜୁଲୁମ ଶୋଷଣକାରୀଙ୍କ ଠାରୁ ମୁକୁଳିବା ପାଇଁ ନିବେଦନ କରିଛନ୍ତି | ଏହାର ତୁରନ୍ତ କାର୍ଯ୍ୟ କାରୀ କରାନଗଲେ ଆସନ୍ତା ୩୦.୧୧.୨୦ ପୋଡାମାରି ମୁଖ୍ୟ ଜାତୀୟ ରାଜପଥ ଅବରୋଧ କରିବୁ | ଏବଂ ୨.୧୨.୨୦ ରେ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣା ଦେବୁ | ଏହା ପରେ ଯଦି କୌଣସି ପ୍ରକାର ସନ୍ତୋଷ ଜଣକ ରାହା ନ ମିଳେ ତେବେ ୧୦.୧୨.୨୦ ରେ ସମୂହ ଆତ୍ମହୋତି ଦେବାପାଇଁ ଟ୍ରାକ୍ଟର ମାଲିକ ସଂଘ ଏବଂ ଶ୍ରମିକ ମାନେ ଚେତା ବନି ଦେଇଥିବାର ଜଣାପଡିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ