ସହରରୁ ଗ୍ରାମ ପର୍ଯ୍ୟନ୍ତ ମହିଳାଙ୍କ ସାବିତ୍ରୀ ବ୍ରତ ପାଳନ

ବୁଗୁଡା, (ଅନିଲ କୁମାର ମହାରଣା):ଶୁକ୍ରବାର, ମଇ ୨୨ ତାରିଖ, ସାବିତ୍ରୀ ଅମାବାସ୍ୟା। ସ୍ବାମୀଙ୍କ ମଙ୍ଗଳ କାମନା କରି ବିବାହିତା ମହିଳାମାନେ ପାଳନ କରନ୍ତି ସାବିତ୍ରୀ ବ୍ରତ। ହେଲେ ଦାଉ ସାଜିଲା କରୋନା ମହାମାରୀ ପାଇଁ ସଙ୍ଗରୋଧ କେନ୍ଦ୍ରରେ ୨୧ ଦିନ ରହଣି। ମନଦୁଃଖରେ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବିବାହିତ ମହିଳା ବୃନ୍ଦ। ସମସ୍ତେ ଚିନ୍ତା କଲେ,ଏତେ ବଡ଼ ମେରୁ ଯାତ୍ରା ଅଟକିଲା, ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିରରେ ବିଭିନ୍ନ ଉତ୍ସବରେ ଲାଗିଲା କଟକଣା, ଆମେ ମଧ୍ୟ ସାବିତ୍ରୀ ବ୍ରତ ବିନା ପୂଜାପାଠରେ ଭଗବାନଙ୍କୁ ଡାକି ବ୍ରତ ପାଳନ କରିବାକୁ ମନେ ମନେ ସ୍ଥିର କରିଥିଲେ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ବିବାହିତ ମହିଳା ବୃନ୍ଦ। ହେଲେ ଜିଲ୍ଲା ଓ ବ୍ଲକ ପ୍ରଶାସନର ନିର୍ଦ୍ଦେଶ କ୍ରମେ ସାବିତ୍ରୀ ବ୍ରତ ପାଳନ ପାଇଁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଥିବା ବିବାହିତ ମହିଳାମାନଙ୍କ ନିକଟରେ ପଞ୍ଚାୟତ ପକ୍ଷରୁ ଶାଢ଼ୀ ସହ ପୂଜା ସାମଗ୍ରୀ ପହଞ୍ଚାଇବା ପରେ ମହିଳା ମାନଙ୍କ ମନରେ ଖୁସି ଆଣିପାରିଥିଲା। ସଙ୍ଗରୋଧ କେନ୍ଦ୍ରରେ ରହିଥବା ମହିଳାମାନେ ନୂଆ ଶାଢୀ ପିନ୍ଧି ପୂଜା ସାମଗ୍ରୀ ନେଇ ପାଳନ କରିଥିଲେ ସାବିତ୍ରୀ ବ୍ରତ। ସେହିପରି ବୁଗୁଡା ସହରରୁ ଆରମ୍ଭ କରି ପ୍ରତ୍ୟେକ ଗ୍ରାମାଞ୍ଚଳରେ ମହିଳାମାନେ ସାବିତ୍ରୀ ବ୍ରତ ଉତ୍ସାହ ସହ ପାଳନ କରିଥିବା ଜଣାପଡ଼ିଛି। ଏହି ବ୍ରତରେ ପୂଜା ସାମଗ୍ରୀ ଭାବେ ଋତୁଜନିତ ଫଳ ଆମ୍ବ,ପଣଷ, ସପୁରୀ,କଦଳୀ, କାକୁଡି, ଖଜୁରୀ କୋଳି, ତାଳ ଖୋଷା ପ୍ରଭୃତି ସମେତ ସାବିତ୍ରୀ ବ୍ରତ ସମ୍ବନ୍ଧୀୟ ଅନ୍ୟାନ୍ୟ ସାମଗ୍ରୀ ପୂଜା ହୋଇଥାଏ। ଲକ ଡାଉନ ଓ ସରକାରୀ ବାରଣ ଯୋଗୁଁ ଚଳିତ ବର୍ଷ ମନ୍ଦିର ଗୁଡିକରେ ପୂଜାର୍ଚ୍ଚନା ନହୋଇ ନିଜ ଘରେ ବା ମିଳିତ ଭାବେ ସମଦୂରତା ଅବଲମ୍ବନ କରି ସାବିତ୍ରୀ ବ୍ରତ ପାଳନ କରିଥବା ଦେଖାଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ