ସାଇ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା

ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ): ଗବଗାଁ ଛକ ନିକଟସ୍ଥ ସାଇଶିଶୁ ବିଦ୍ୟାମନ୍ଦିର ପରିସରରେ ୨ନଭେମ୍ବର ଶନିବାର ପୂର୍ବାହ୍ନରେ ବିଜ୍ଞାନ ମେଳା-୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବମୋଟ ୪୦ଟି ପ୍ରକଳ୍ପ ସହିତ ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରି ଥିଲେ । ଆଜିର ଏହିବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ତଥା ଉଦ୍ଘାଟକ ଭାବେ ଅପନା ତର୍ଜୁମାନ ଟିଭି ଚ୍ୟାନେଲର ମୁଖ୍ୟ ସମ୍ପାଦକ ମହମ୍ମଦ ଇନାୟତ ଅଲୀ ଖାଁ, ସମ୍ମାନିତ ଅତିଥି ଅଜିମ ବାଲେଶ୍ୱରୀ, ବିଦ୍ୟାଳୟର ସଭାପତି ତଥା ପ୍ରଧାନ ଶିକ୍ଷକ ମଧୁସୂଦନ ମିଶ୍ର ଏବଂ ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ମହାପାତ୍ର ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ ଗୁଡ଼ିକ ନିରିକ୍ଷଣ କରିଥିଲେ । ମୁଖ୍ୟଅତିଥି ମହମ୍ମଦ ଇନାୟତ ଅଲୀ ଖାଁ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ମିଶ୍ର ବିଚାରକ ଭାବେ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ ମଧ୍ୟ କରିଥିଲେ, ଯେଉଥିରେ ସବ-ଜୁନିୟର ଶ୍ରେଣୀରେ ଋତିକ ରଞ୍ଜନ ଦାସ ପ୍ରଥମ, ପ୍ରିୟଙ୍କା ମଣ୍ଡଳ ଦ୍ୱିତୀୟ ଏବଂ ଅନୁସ୍କା ପାତ୍ର ତୃତୀୟ, ଜୁନିୟର ଶ୍ରେଣୀରେ ଅନ୍ୱେଶା ପାଢ଼ୀ ପ୍ରଥମ, ଅର୍ଚ୍ଚିତା ପାତ୍ର ଦ୍ୱିତୀୟ, ବିଶ୍ମୟୀ ମଣ୍ଡଳ ଏବଂ ବାବୁଲୁ ମାଇତି ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ସିନିୟର ଶ୍ରେଣୀରେ ମଧୁସ୍ମିତା ମିଶ୍ର ନିଜର ନୂତନ ପ୍ରକଳ୍ପ ଏବଂ ପ୍ରଭାବଶାଳୀ ଉପସ୍ଥାପନା ବଳରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଅଜୟ ମାଇତି ଏବଂ ସତ୍ୟରଞ୍ଜନ ବିଶ୍ୱାଳଙ୍କୁ ଯୁଗ୍ମ ଦ୍ୱିତୀୟ ସ୍ଥାନ ମିଳିଥିବା ବେଳେ ଆଦ୍ୟାଶ୍ରୀ ବେହେରା ଏବଂ ଚନ୍ଦ୍ର ଚିରାଗ ଦାସ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରି ଟ୍ରଫି ଓ ମାନପତ୍ର ହାସଲ କରିଥିଲେ । ଶିକ୍ଷୟିତ୍ରୀ ଆଭାମୟୀ ବାରିକ ଉକ୍ତ କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱ ତୁଲାଇଥିବା ବେଳେ ଶ୍ରୟା ମହାପାତ୍ର, ସଂଯୁକ୍ତ ଓଝା, ପରେଶ କୁମାର ରଥ, ସୁଧାଂଶୁ ଶେଖର ମଣ୍ଡଳ, ବିଜୟା ଲକ୍ଷ୍ମୀ ପାଢ଼ୀ, ଅନିମା ଗିରି, ଜ୍ୟୋତ୍ସ୍ନାମୟୀ ବେହେରା, ସୁଭଦ୍ରା ତରେଇ, ନେହା ଫାରୁକୀ, ପ୍ରକ।। ରଞ୍ଜନ ରାଉତ, ନିବେଦିତା ବରାଳ, ସୁମିତ୍ର ପ୍ରଦାନ, ହେମନ୍ତ କୁମାର ଦାସ, ପ୍ରଭାସ ମଣ୍ଡଳ, ଦେବସ୍ମିତା ଦାସ ଓ ନମିତା ବେହେରା ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ