ସାତନଳ ଛକରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ କଲା ବନ ବିଭାଗ

କୋଦଳା, (ଗୁଲସନ କୁମାର କର):ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ସାତନଳ ଛକରୁ ଆଜି ସକାଳୁ ସକାଳୁ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ମୂଲ୍ଯବାନ କାଠ ଜବତ କରାଯାଇଛି। ପୋଲସରା ବନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କୋଦଳା ବନବିଭାଗ କର୍ମଚାରୀ ମାନେ ଚଢାଉରେ ସାମିଲ ଥିଲେ। ସୂଚନା ଅନୁସାରେ ଚୋରା କାଠ ସାତନଳ ଛକର ୩ ଟି ସ୍ଥାନରେ ଠୁଳ ହୋଇଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଉକ୍ତ କାଠ ଗୁଡିକ ଫରନିଚର କାମରେ ବ୍ଯବହୃତ ପାଇଁ ରଖା ଯାଇଥିବା ବେଳେ କାଠ ଜବତ କରାଯିବା ସମୟରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ସମସ୍ତ କାଠ ଗୁଡିକ ଜବତ କରି ବନ ବିଭାଗ କାର୍ଯ୍ୟାଳୟ କୁ ନେଇଥିଲେ ବନ କର୍ମଚାରୀ। ଜବତ କାଠର ଆନୁମାନିକ ମୂଲ୍ଯ ଲକ୍ଷାଧିକ ଟଙ୍କା ହେବ ବୋଲି କହିଛନ୍ତି ବନ ବିଭାଗ କର୍ମଚାରୀ। ଘଟଣାରେ ଅଧିକ ତଦନ୍ତ କରୁଛି ବନ ବିଭାଗ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ