ସାନଖେମୁଣ୍ଡିର ଦୁଇ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ , ଦୁଇ ଗ୍ରାମ ବଫର ଜୋନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ଗଞ୍ଜାମ ଜିଲ୍ଲା ପ୍ରଶାସନ ସୋମବାର ସାନଖେମୁଣ୍ଡି ବ୍ଲକ୍‌ର ଦୁଇଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ଦୁଇଟି ଗ୍ରାମକୁ ବଫର ଜୋନ ଘୋଷଣା କରିଛନ୍ତି । ପାଟପୁର ଓ ରାଧାଦେଇପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଏବଂ ଓସ୍ତାଜଗନ୍ନାଥପୁର ଓ ମହାନାଳାକୁ ବଫର ଜୋନ ଘୋଷଣା କରାଯାଇଛି । ପାଟପୁର ପଞ୍ଚାୟତର ଜଣେ କରୋନା ଯୋଦ୍ଧା, ଜଣେ ଲୋକପ୍ରତିନିଧିଙ୍କ ସମେତ ୧୫ ଜଣଙ୍କ ଠାରେ କରୋନା ପଜିଟିଭ ଓ ରାଧାଦେଇପୁରରେ ଦୁଇ ଜଣଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦେଖାଦେଇଛି । ଏହାକୁ ଦୃଷ୍ଟିରେରଖି ଗଞ୍ଜାମ ଜିଲ୍ଲାପାଳ ସୋମବାର ଅଞ୍ଚଳ ଗୁଡିକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ସରପଞ୍ଚଙ୍କ ଉପସ୍ଥିତିରେ କଣ୍ଟେନଣ୍ଟେ ଜୋନ୍‌ର ମୁଖ୍ୟ ପ୍ରବେଶପଥକୁ ସିଲ କରିଦିଆଯାଇଛି । ଏହି ଅଞ୍ଚଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ପ୍ରଶାସନ ପକ୍ଷରୁ ଦିଆଯାଇଛି । ସାନଖେମୁଣ୍ଡି ବିଡ଼ିଓ ଓ ସିଡ଼ିପିଓଙ୍କୁ ସମସ୍ତ ମନିଟରିଂ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ସାନଖେମୁଣ୍ଡି ବ୍ଲ୍‌ର କଙ୍କୋରଡ଼ା, କାଉଡିଆ, ଆଡ଼ପଡ଼ା, ପେଣ୍ଡୁରାଲୁଣ୍ଡି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଓ ଗମ୍ଭାରୀଗୁଡା, ବଉଳଘାଇ, ଲେଙ୍କଖାଲି, କରାଖଣ୍ଡି, ଖଲିଙ୍ଗି ଗ୍ରାମକୁ ବଫର ଜୋନ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ