ଅବକାରୀ ବିଭାଗର ଚଢ଼ାଉ : ରନ୍ଧା ମଦ ଜବତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାମାରୀ ଗ୍ରାମର ହାଡିସାହି ନିକଟରେ ମଙ୍ଗଳବାର ପୂର୍ବାହ୍ନ ସମୟରେ ଏକ ଲୁଟାବୁଦାରେ ଲୁଚାଇ ବେଆଇନ ଭାବେ ଚୋରା ରନ୍ଧା ମଦ ବିକ୍ରି କରାଯାଉଥିବା ଖବର ପାଇ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରାଯାଇଥିବା ବେଳେ ଘଟଣାସ୍ଥଳରୁ କାହାରିକୁ ଗିରଫ କରାଯାଇପାରିନାହିଁ । ଖବର ପ୍ରକାରେ ବର୍ତ୍ତମାନ କରୋନା ଯୋଗୁଁ କଟକଣା ଜାରି ରହିଥିବା ବେଳେ ଏହାର ଫାଇଦା ଉଠାଇ ମଦବେପାରୀ ଚୋରାଚାଲାଣରେ ମାତିଛନ୍ତି । ଏବଂ ଏହାକୁ କୌଣସି ଗୁପ୍ତ ସ୍ଥାନରେ ଲୁଚାଇ ପ୍ରଚୁର ଟଙ୍କାରେ ବେଆଇନ ଭାବେ ବିକ୍ରି କରି ସାଧାରଣ ଲୋକଙ୍କ ଠାରୁ ଶୋଷଣ କରୁଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ୍ରମେ ମଙ୍ଗଳବାର ଦିନ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥିଲା । ବାରମ୍ବାର ପୋଲିସ ଓ ଅବକାରୀ ପକ୍ଷରୁ ଚଢ଼ାଉ କରାଯାଇ ମଦ ଜବତ କରାଯାଉଥିଲେ ମଧ୍ୟ ବେପାରୀମାନେ ପ୍ରଶାସନକୁ ଚକମା ଦେଖାଇ ଏତେ ପରିମାଣରେ ମଦ କେଉଁଠାରୁ ଆଣୁଛନ୍ତି ତାହା ପ୍ରଶାସନକୁ ଚିନ୍ତାରେ ପକାଇଛି । ଏହି ଚଢ଼ାଉ ଧରପଗଡ଼ରେ ଦିଗପହଣ୍ଡି ଅବକାରୀ ବିଭାଗର ଉପ ନୀରିକ୍ଷକ ଅଭିରାମ ସାହୁ, ଏଏସ୍‌ଆଇ ରବିନ୍ଦ୍ର ନାଥ ପାଢ଼ୀ, ନିରଞ୍ଜନ ବେହେରା, ଡମ୍ବରୁ ବେହେରା, ପଦ୍ମାବତୀ ସେଠୀ ପ୍ରମୁଖ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ