ସାନ୍ତସାହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବହି ନିଷ୍କ୍ରମଣ ଦିବସ ପାଳିତ

କେନ୍ଦ୍ରାପଡା : କେନ୍ଦ୍ରାପଡା ସାନ୍ତସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମଙ୍ଗଳବାର ବହି ନଷ୍କ୍ରମଣ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଉମେଶ ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ପରିଚାଳନା ସମିତିର ସଭାପତି ଦୈତାରୀ ପାତ୍ର ଓ ସଂମ୍ପାଦକ ଡଃ. ସୁବାଷ ଚନ୍ଦ୍ର ମାହାପାତ୍ରଙ୍କ ତତ୍ୱାବୋଧନରେ ଦଶମ ଶ୍ରେଣୀରେ କୃତିତ୍ୱ ସହ ସଫଳତା ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କ ଗହଣରେ ସମ୍ପାଦକଙ୍କ ଶିକ୍ଷା ଓ ଜୀବନ ଦର୍ଶନ ମୂଳକ ଆଲୋକଚନା କରାଯାଇଥିଲା । ଏଥିରେ ପରିଚାଳନା ସମିତିର ସଭାପତି ସଭାପତିତ୍ୱ କରିଥିଲେ । ଶେଷରେ ଛାତୀଛାତ୍ରୀମାନେ ଶିକ୍ଷାନୁଷ୍ଠାନରୁ ପ୍ରମାଣ ପତ୍ର ସହ ଫେରି ଥିଲେ । ଏହି ଶିକ୍ଷା ବର୍ଷରେ ଶିକ୍ଷାନୁଷ୍ଠାନର ସଫଳତା ଶତପ୍ରତିଶତ ହୋଇଥିବା ବେଳେ ଏ -୧ରେ ୫ଜଣ ଛାତ୍ର ଛାତ୍ରୀ କୃତିତ୍ୱ ଅର୍ଜନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ