ସାନ ଘାଟିରେ ଥିବା ଅନ୍ନପୂର୍ଣ୍ଣା ଢ଼ାବାରେ ୮ଜଣିଆ ଏସଟିଏଫ ଟିମ୍ ର ଚଢ଼ାଉ

ଖଲ୍ଲିକୋଟ, (ରାଜୀବ ଚନ୍ଦ୍ର ଖାଡେଙ୍ଗା):ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସାନ ଘାଟିରେ ଥିବା ଅନ୍ନପୂର୍ଣ୍ଣା ଢ଼ାବାରେ ବେଆଇନ କୋଇଲା ଚୋରା କାରବାର ଅଭିଯୋଗ ରେ ଆଜି ଏସଟିଏଫର ଏକ ୮ ଜଣିଆ ସ୍ପେଶାଲ ଟିମ୍ ଚଢାଉ କରିଛି । ସୂଚନା ଅନୁଯାୟୀ ଗତ କିଛି ଦିନ ଧରି ଅର୍ଣ୍ଣପୂର୍ଣା ଢ଼ାବା ପଛ ପଟେ ଲକ୍ଷାଧିକ ଟଙ୍କାର କୋଇଲା ଗଚ୍ଛିତ ରଖି ବେଧଡ଼କ ଭାବେ ଚାଲିଥିଲା କୋଇଲା ଚୋରା କାରବାର । ଅନୁଗୁଳ ଠାରୁ ବିଶାଖାପାଟଣା ଆଡ଼କୁ ଯାଉଥିବା କୋଇଲା ବୋଝେଇ ଟ୍ରକ ଗୁଡିକ ରୁ ଡ୍ରାଇଭର ଙ୍କ ସହଯୋଗ ରେ କୋଇଲା ବାହାର କରାଯାଇ ଏଠାରେ ଗଚ୍ଛିତ ରଖାଯାଉଥିଲା ଏବଂ ଏଠାରୁ ବିଭିନ୍ନ ସ୍ଥାନକୁ ଚଢା ଦରରେ ବେଆଇନ ଭାବେ ଚାଲାଣ କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗ ପରେ ଏସଟିଏଫର ଏକ ୮ ଜଣିଆ ସ୍ୱତନ୍ତ୍ର ଟିମ୍ ଖଲ୍ଲିକୋଟ ପୋଲିସ ସହ ମିଳିତ ଭାବେ ଚଢ଼ାଉ କରି ଢ଼ାବା ମାଲିକ ବଳରାମ ନାୟକଙ୍କ ସହ ୭ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଚଢ଼ାଉ ବେଳେ ଢ଼ାବା ରୁ ଗୋଟିଏ ଜେସିବି ଓ ଦୁଇଟି ଆଇଚର ଗାଡ଼ିକୁ ଜବତ କରିଛନ୍ତି। ଏହି ବେଆଇନ କୋଇଲା ଚୋରା କାରବାର ରେ କେତେଜଣ ସମ୍ପୃକ୍ତ ଅଛନ୍ତି ସେ ନେଇ ଅଧିକ ତଦନ୍ତ କରୁଛି ଏସଟିଏଫ ର ସ୍ୱତନ୍ତ୍ର ଟିମ୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ