ସାପ କାମୁଡାରେ ସମବାୟ ସମିତି ପିଅନ୍ ମୃତ

ପାତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍): ପାତ୍ରପୁର ବ୍ଲକ ଅନ୍ତର୍ଗତ ଜରଡା ଗ୍ରାମରେ ବିଷାକ୍ତ ସାପ କାମୁଡାରେ ଜଣେ ଯୁବକଙ୍କ ମୃତ ହୋଇ୍ଥିବା ଜଣାପଡିଛି । ମୃତକ ଜଣକ ପରିଚୟ ମୁନି ଗୈାଡ (୩୩) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସମବାୟ ସମିତି ଜରଡା ଶାଖାର ମୁନି ଗୈାଡ ପିଅନ ଥିଲେ । ସେ ଶୁକ୍ରବାର ସକାଳ ପ୍ର୍ରାୟ ୧୦ ଟା ସମୟରେ ଶାଖା କାର୍ଯ୍ୟାଳୟ ଖୋଲିଥିଲେ । ଏହି ସମୟରେ କାର୍ଯ୍ୟାଳୟ ନିକଟରେ ଥିବା ଏକ ବିଷାକ୍ତ ସାପ କାମୁଡି ଦେବା ଫଳରେ ସେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଜରଡା ମେଡିକାଲରେ ଭର୍ତ୍ତିକରାଯାଇଥିଲା ଏହା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଦେହକୁ ଶବବ୍ୟେବଚ୍ଛେଦ କରାଯାଇ ତାଙ୍କ ପରିବାରଙ୍କୁୂ ହସ୍ତାନ୍ତର କରାଯାଇଛି । ଏହା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ