ସାମାନ୍ୟ ବର୍ଷାରେ ମୁଖ୍ୟ ରାସ୍ତାର ଅବସ୍ଥା ବେହାଲ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ବାଙ୍ଗୋର ଗାଁ ଭିତରକୁ ଯାଇଥିବା ରାସ୍ତାଟି ସାମାନ୍ୟ ବର୍ଷାରେ ବେହାଲ ହୋଇଯାଇଛି । ଏହି ରାସ୍ତାଟି ଉପରେ ବାଙ୍ଗୋର ଗ୍ରାମର ଏକ ହଜାରରୁ ଉର୍ଦ୍ଧ ଲୋକ ନିର୍ଭର କରିଥାନ୍ତି । ଅସରାଏ ବର୍ଷା ହେଲେ ରାସ୍ତାଟି କାଦୁଅ ସଟପଟ ହୋଇ ଯାଉଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଗାଁ ଭିତରକୁ ବାଇକ, କିମ୍ବା ସାଇକେଲଟିଏ ଯାଇ ପାରୁ ନଥିବାବେଳେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବା ଆସିବା କରିବାରେ ନାନା ସମସ୍ୟା ଭୋଗୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତୁରନ୍ତ ରାସ୍ତା ମରାମତି କରିବା ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।


