ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି : ଇଣ୍ଡିଆନ ସିଟିଜେନ୍ସ ପାର୍ଟିର ନିନ୍ଦା
କଟକ, (ଯୁଗାବ୍ଦ ନ୍ୟୁଜ) :ନୀଳଗିରିର ଜଣେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବାକୁ ନେଇ ଇଣ୍ଡିଆନ୍ ସିଟିଜେନ୍ସ ପାର୍ଟି ପକ୍ଷରୁ ନିନ୍ଦା କରାଯାଇଛି । ରାଜ୍ୟ କମିଟିର ଏକ ଜରୁରୀ ବୈଠକ ସଭାପତି ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ବିଜୁ ଜନତା ଦଳ ସରକାରଙ୍କୁ ଭର୍ତ୍ସନା କରାଯାଇଛି । ସାମ୍ବାଦିକ, ଓକିଲ ଏବଂ ଓଡ଼ିଶାବାସୀ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବାକୁ ଆହ୍ୱାନ ଦିଆଯାଇଛି । ନବୀନ ପଟ୍ଟନାୟକ ସରକାର ଆସିବା ଦିନଠାରୁ ସମସ୍ତ ମାନବାଧିକାର ଉଲଙ୍ଘନର ବିଚାର ବିଭାଗୀୟ ତଦନ୍ତ ହେବା ପାଇଁ ଦାବି କରାଯାଇଛି ।


