ସାମ୍ବାଦିକଙ୍କ ଜନ୍ମ ଦିବସରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡାରୁ ପ୍ରକାଶିତ ଜିଲ୍ଲା ପରିକ୍ରମା ର ସମ୍ପାଦକ ତଥା ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦର ସମ୍ପାଦକ ବରିଷ୍ଠ ସାମ୍ବାଦିକ ତ୍ରିଲୋଚନ ପଣ୍ଡା ଅଲଗା ଢଙ୍ଗରେ ପାଳନ କରଛନ୍ତି ନିଜର ୫୫ତମ ଜନ୍ମବାର୍ଷିକ ଉତ୍ସବ। ମଇ ୩୧ ତାରିଖ ନିଜର ଜନ୍ମ ଦିବସରେ ସେ ସମ୍ବର୍ଦ୍ଧିତ କରିଛନ୍ତି ବୁଗୁଡା ବ୍ଲକ ଓ ସହରର କରୋନା ଯୋଦ୍ଧାଙ୍କୁ। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ସାହିତ୍ୟ ସଂସଦର ସଭାପତି ରଘୁନାଥ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରବାସୀ ଓଡିଆମାନେ ଆମ ଓଡିଶାର ଅର୍ଥନୈତିକ ଉନ୍ନତିରେ ସହାୟକ ହୋଇଥିବା ବେଳେ ସେମାନଙ୍କ କିଛି ବିଶୃଙ୍ଖଳା ପାଇଁ ଅସହିଷ୍ଣୁ ନହୋଇ ଆମେ ସତର୍କ ରହିଲେ ସେମାନେ ଆପେଆପେ ସୁଧୀରି ଯିବେ ବୋଲି ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା, ବୁଗୁଡା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ, ବୁଗୁଡା ପ୍ରେସ କ୍ଳବ ସାଧାରଣ ସମ୍ପାଦକ ଅନିଲ କୁମାର ମହାରଣା, ସାହିତ୍ୟ ସଂସଦର ଉପଦେଷ୍ଟା ବଂଶୀଧର ନାୟକ, ଓ କବି ଅନନ୍ତ କର ଯୋଗ ଦେଇଥିଲେ। ପ୍ରଥମେ ତ୍ରିଲୋଚନ ପଣ୍ଡା ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ କରୋନା ଯୋଦ୍ଧା ଭାବେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା, ବୁଗୁଡା ଏନଏସି ଇଓ ରଶ୍ମିରଞ୍ଜନ ଦାଶ, ପ୍ରେସ କ୍ଳବ ସମ୍ପାଦକ ଅନିଲ କୁମାର ମହାରଣା, ଏନଏସି କର୍ମଚାରୀ କାଳୁ ଚରଣ ରଥ, ମୁଁ ସୁସ୍ଥ ସାଥୀ ବିରଜା ମିଶ୍ର, ଅଙ୍ଗନବାଡି କର୍ମୀ ସନ୍ଧ୍ୟାରାଣୀ ନାୟକ, ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସଭାନେତ୍ରୀ ରଞ୍ଜିତା ପାଢ଼ୀ,ଓ ସମାଜସେବୀ ସନ୍ତୋଷ କୁମାର ଜେନା ପ୍ରମୁଖଙ୍କୁ ମାନପତ୍ର ଓ ଉପଢୌକନ ଦେଇ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହିତ ଓଡ଼ିଶାରେ ପ୍ରଥମ କରି ସରପଞ୍ଚଙ୍କ ଜିଲାପାଳ କ୍ଷମତା ପ୍ରୟୋଗ କରି ମାଣିତରା ପଞ୍ଚାୟତକୁ ସଟ ଡାଉନ ଘୋଷଣା କରିଥିବା ସରପଞ୍ଚ ଶାନ୍ତିଲତା ନାୟକ ଓ ତହସିଲଦାର ସଂଗ୍ରାମ କେଶରୀ ଜେନା କରୋନା ଯୋଦ୍ଧା ସମ୍ମାନ ପାଇବାକୁ ମନୋନୀତ ହୋଇଥିବା ବେଳେ ଅନ୍ୟତ୍ର କାର୍ଯ୍ୟଯୋଗୁଁ ଯୋଗ ଦେଇ ପାରିନଥିବା ବେଳେ ପରେ ସେଦୁହିଁଙ୍କ ଅଫିସକୁ ଯାଇ ସମ୍ବର୍ଦ୍ଧିତ କରାଯିବ ବୋଲି ସମ୍ପାଦକ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ। ଶେଷରେ ଅଧିବକ୍ତା ହର ପ୍ରସାଦ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ