ସାମ୍ବାଦିକଙ୍କ ମାତୃ ବିୟୋଗ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପରଳାଖେମୁଣ୍ଡି ଠାରେ ଦୈନିକ ଓଡିଆ ଖବର କାଗଜର ଖବର ଦାତା ରାଜେନ୍ଦ୍ର ଭୁକ୍ତାଙ୍କ ମାତାଙ୍କ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ସଯ୍ୟା ନିକଟରେ ତାଙ୍କ ବଡ ପୁଅ ରବିନ୍ଦ୍ର ଭୁକ୍ତା ଏବଂ ସପରିବାର ଉପସ୍ଥିତ ଥିଲେ । ସେ ଜଣେ ଧର୍ମପରାୟଣ,ମିଷ୍ଠ ଭାଷୀ ଓ ପରୋପକାରୀ ମହିଳା ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ । ସେ ଦୀର୍ଘ ଦିନ ହେବ ଅସୁସ୍ଥ ହୋଇ ସଯ୍ୟାସାୟୀ ହୋଇ ରହିଥିଲେ । ତାଙ୍କ ମୃତ୍ୟୁରେ ଏସୟୁଜେ ଗଜପତି ଜିଲ୍ଲା ଶାଖା ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ଗରୁଡଧ୍ୱଜ ଚୌଧୁରୀ,ସାଧାରଣ ସଂପାଦକ ତାରିଣୀ ପ୍ରସାଦ ପଣ୍ଡା,ଆବାହକ ଗଣେଶ ରାଜୁ,କୋଷାଧକ୍ଷ ରଶ୍ମୀ ରଞ୍ଜନ ମିଶ୍ର,ଜଗଦୀଶ ପଣ୍ଡା,ଶିଶିର କୁମାର ଗୌଡ,ବିବେକା ନନ୍ଦ ବେହେରା,ସରୋଜ କୁମାର ପାଣିଗ୍ରାହୀ,ବୀର କିଶୋର ପଟ୍ଟନାୟକ ପ୍ରମୁଖ ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ